ଶ୍ରୀମନ୍ଦିରରେ ASI ଟିମ୍‌, ନାଟମଣ୍ଡପ ଜଗମୋହନ ସ୍ଥିତିର କଲେ ଅନୁଧ୍ୟାନ

ପୁରୀ(କେନ୍ୟୁଜ୍):ଶ୍ରୀମନ୍ଦିରରେ ASI ଟିମ୍‌। ଆମିକସ୍‌ କ୍ୟୁରିଙ୍କ ନେତୃତ୍ୱରେ ଆସିଛି ଟିମ୍‌। ଟିମ୍‌ରେ ASI ଅତିରିକ୍ତ ଡିଜି, ASI ଆଞ୍ଚଳିକ ସୁପରିଟେଣ୍ଡେଣ୍ଟ , ଆଇଆଇଟି ଚେନ୍ନାଇର ବୈଜ୍ଞାନିକ ଏବଂ ଶ୍ରୀମନ୍ଦିର ଉନ୍ନୟନ ଓ ନୀତି ପ୍ରଶାସକ ପ୍ରମୁଖ ସାମିଲ ଅଛନ୍ତି। ନାଟମଣ୍ଡପ ସ୍ଥିତିର ଅନୁଧ୍ୟାନ କରୁଛନ୍ତି ଟିମ୍‌। କ୍ରାକ୍‌ ମିଟର ରିଡିଂର ବି ତର୍ଜମା କରିବେ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଲୋଚନା କାରଯିବ।

ନାଟମଣ୍ଡପ ସ୍ତମ୍ଭରେ ଥିବା ବିମ୍‌ର ମରାମତି ସମ୍ପର୍କରେ ସବିଶେଷ ଆଲୋଚନା କରାଯିବ। ନାଟମଣ୍ଡପ ବିମ୍‌ରେ ଥିବା ଫାଟ ମେଲୁଛି କି ନାହିଁ ତାହାର ତର୍ଜମା ହେବ। ଗରୁଡ଼ ସ୍ତମ୍ଭ ଉପର ବିମ୍‌ରେ ଉପୁଜିଥିବା ଫାଟ ପ୍ରସଙ୍ଗ ମଧ୍ୟ ବୈଠକରେ ଉଠିବ। ଫାଟ ମେଲୁଛି କି ନାହିଁ ଏବଂ ବିପଦ ରହିଛି କି ନାହିଁ କ୍ରାକ ମିଟର ରିଡିଂ ମାଧ୍ୟମରେ ତର୍ଜମା କରାଯିବ।

ପୂର୍ବରୁ ସେପ୍ଟେମ୍ବର ୧୭ରେ ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଆମିକସ କ୍ୟୁରି ଏନକେ ମହାନ୍ତି ଆସି ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଥିଲେ। ମାର୍ଚ୍ଚ ୨୦୨୩ ସୁଦ୍ଧା ନାଟମଣ୍ଡପର ମରାମତି କାର୍ଯ୍ୟ ସାରିବାକୁ ନିର୍ଦେଶ ଦେଇଥିଲେ। ଅନ୍ୟପଟେ ନାଟମଣ୍ଡପ ସମେତ ଶ୍ରୀମନ୍ଦିରର ଅନେକ ସ୍ଥାନରେ ଫାଟ ରହିଥିବା ସ୍ପଷ୍ଟ ହୋଇଥିବା ବେଳେ ଏବେ ଉଚ୍ଚସ୍ତରୀୟ ଟିମ୍‌ ଆସିବା ଦ୍ୱାରା ଡ୍ୟାମେଜ କଣ୍ଟ୍ରୋଲ ହୋଇପାରିବ ବୋଲି ଆଶା ଦେଖାଦେଇଛି।