ଭଲ ହେଉ ନାହିଁ ଗାଈ ଗୋରୁଙ୍କ ଚର୍ମ ରୋଗ, ପୂଜାର୍ଚ୍ଚନାର ସାହାର ନେଲେ ଗୋ-ପାଳକ

ଗଞ୍ଜାମ(କେନ୍ୟୁଜ୍): ଚାଙ୍ଗୁ,ଘଣ୍ଟ, ତାଳ ଓ ମୃଦଙ୍ଗ ବାଦ୍ୟ ସାଙ୍ଗକୁ ଝୁଣାରେ ପ୍ରକମ୍ପିତ ଗାଁ ଦାଣ୍ଡ, ତା ସାଙ୍ଗକୁ  ପଣା ପାଣି ହାଣ୍ଡି ବି ପ୍ରସ୍ତୁତ। ଏସବୁ ଆୟୋଜନ ହୋଇଛି ଗାଈ,ଗୋରୁଙ୍କ ରୋଗ ଭଲ କରିବା ପାଇଁ । ଏଭଳି ଘଟଣା ଦେଖିବାକୁ ମିଳିଛି  ଗଞ୍ଜାମ ଜ଼ିଲ୍ଲା ସାନ ଖେମୁଣ୍ଡି ବ୍ଲକ ଖଲିଙ୍ଗି ଗାଁରେ। ତେବେ ଏହା କୌଣସି ଯାତ୍ରା ପାଇଁ ନୁହେଁ ଗାଈ,ଗୋରୁଙ୍କୁ ଲାଗିଥିବା ରୋଗକୁ ଉଦ୍ଧାର କରିବା ପାଇଁ ଏହି ପୂଜା ପାଠର ବ୍ଯବସ୍ଥା ହୋଇଥିବା କହିଛନ୍ତି ଗୋ-ପାଳକ। ଗତକିଛି ଦିନ ଧରି ଗୋରୁ ମାନଙ୍କୁ ଚର୍ମ ରୋଗ ହୋଇ ଘା’ ହୋଇଯାଉଛି।

ଯାହା କି ଭଲ ହେଉନାହିଁ।  ଡାକ୍ତରଙ୍କୁ ପରାମର୍ଶ ପାଇଁ ଯାଇଥିଲେ, ଓ ଅଭିଯୋଗ ପାଇ ପ୍ରାଣୀ ବିଭାଗ କର୍ମଚାରୀ ପହଞ୍ଚି ଟୀକା, ଔଷଧ ଦେଉଛନ୍ତି କିନ୍ତୁ ରୋଗ ଭଲ ହେଉନାହିଁ । ତେଣୁ ଗୋପାଳକ ମାନେ ନିରୁପାୟ ହୋଇ ପୂର୍ବରୁ ଏପରି ରୋଗ ଆସିଲେ ଯେପରି ପୂଜା କରି ଆସୁଥିଲେ ସେହି ପୂଜା କରିଆସୁଛୁ ବୋଲି କହିଛନ୍ତି।

ପୂଜା କରିବା ପାଇଁ ପଣା ପାଣି ହାଣ୍ଡି ଧରି ଗାଁ ଦାଣ୍ଡ ପରିକ୍ରମାକରାଯାଇଥିଲା । କେବଳ ଖଲିଙ୍ଗି ନୁହେଁ ଏରେଣ୍ଡ୍ରl ଗାଁରେ ମଧ୍ୟ ବାହାରିଛି ପଣା ପାଣି ହାଣ୍ଡି। ଗାଁ ପରିକ୍ରମା କରିବା ପରେ ଗାଈ ଗୋଠ ଓ ଗ୍ରାମଦେବତୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ଘର ସମ୍ମୁଖରେ କୁମ୍ଭ ବାଢିଥିବାର ଦେଖିବାକୁ ମିଳିଥିଲା। ଖଲିଙ୍ଗିରେ ବିଳମ୍ବିତ ରାତି ଯାଏଁ ପୂଜା କରାଯାଇଥିଲା, ଏପରିକି ବିଭିନ୍ନ ସାମଗ୍ରୀ ବାଢିବା ସହିତ ଗୋରୁ ମାନଙ୍କୁ ପୂଜା କରାଯାଇଥିଲା । ଏହା ଏକ ଲମ୍ପି ଭାଇରସ ରୋଗ, ଏହିପରି ରୋଗ ତିନି ମାସ ପୂର୍ବରୁ ରୋଗ ଆରମ୍ଭ ହୋଇଯାଇଛି।

ଟୀକା ପର୍ଯ୍ଯାପ୍ତ ପରିମାଣରେ ଆସୁନାହିଁ ତେବେ ଔଷଧ ଟୀକା ଏବଂ ପ୍ରତିଷେଧକ ବ୍ଯବସ୍ଥା କଲେ ଉପଶମ ହେବ। ଏଥିପାଇଁ  ବିବ୍ରତ ନ ହେବା ପାଇଁ କହିଛନ୍ତି ପ୍ରାଣୀ ବିଭାଗ ଚିକିତ୍ସା ଅଧିକାରୀ । କିନ୍ତୁ ଲୋକେ ଅନ୍ଧବିଶ୍ୱାସର ବସବର୍ତ୍ତୀ ହୋଇ ଏଭଳି ପୂଜାର୍ଚ୍ଚନା ଆଗରେ ଆମେ ନିରୁପାୟ ବୋଲି କହିଛନ୍ତି ଡାକ୍ତର। ବିଜ୍ଞାନ କେତେ ଅଗ୍ରସର ହେବେ ହେଲେ ବି ‘ ଚିକିତ୍ସା ଅପେକ୍ଷା ଲୋକ ଅନ୍ଧ ବିଶ୍ୱାସର ଆଶ୍ରୟ ନେଉଛନ୍ତି ଯାହାକି ଚର୍ଚ୍ଚାର ବିଷୟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.