ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ଅସିତ ତ୍ରିପାଠୀ

ଭୁବନେଶ୍ବର(କେନ୍ୟୁଜ୍) : ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ଅସିତ ତ୍ରିପାଠୀ । ଗତକାଲି ତାଙ୍କୁ ନୂଆ ଉନ୍ନୟନ କମିଶନର ଭାବେ ନିଯୁକ୍ତି ମିଳିଥିଲା । ଗୃହ ବିଭାଗର ସଚିବ ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ୧୯୮୬ ବ୍ୟାଚର ଅଫିସର ଆଇଏଏସ ହେଉଛନ୍ତି ଅସିତ୍ ତ୍ରିପାଠୀ । ଗତକାଲି ଉନ୍ନୟନ କମିଶନର ପଦରୁ ଅବସର ନେଇଥିଲେ ଆର.ବାଲକ୍ରିଷ୍ଣନ । ତାଙ୍କ ସ୍ଥାନରେ ଅସିତ ତ୍ରିପାଠୀଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.