Below header

ସେଲିବ୍ରିଟି କ୍ୟାଟ୍ରିନା କୈଫ୍ , ଜିରୋ ପାଇଁ ଅଲଗା ଅଲଗା ଦେଶରୁ ଆସିଲା କଷ୍ଟ୍ୟୁମ

ଆଗକୁ ଜିରୋରେ ନଜର ଆସିବେ କ୍ୟାଟ୍ରିନା କୈଫ। ଏଥିରେ ଜଣେ ସେଲେବ୍ରିଟି ଭୂମିକାରେ ନଜର ଆସୁଛନ୍ତି କ୍ୟାଟ। ତେବେ ଫିଲ୍ମରେ କ୍ୟାଟ୍ରିନାଙ୍କ କଷ୍ଟ୍ୟୁମ ପାଇଁ ମେକର୍ସଙ୍କୁ କାଫି ଏକ୍ସଫେରିମେଣ୍ଟ କରିବାକୁ ପଡିଥିଲା । ତେଣୁ ଭାରତରେ ତିଆରି କରିବା ବଦଳରେ ଅଲଗା ଅଲଗା ଦେଶରୁ କ୍ୟାଟ୍ରିନାଙ୍କ କଷ୍ଟ୍ୟୁମ ଅଣାଯାଇଛି। ଫିଲ୍ମ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ଅର୍ଡରରେ କ୍ୟାଟ୍ରିନାଙ୍କ ପାଇଁ ମିଲାନ, ଦୁବାଇ ଓ ଲଣ୍ଡନରୁ କଷ୍ଟ୍ୟୁମ ଅଣାଯାଇଛି।

zeroଫିଲ୍ମରେ କ୍ୟାଟ୍ରିନାଙ୍କୁ ଜଣେ ଷ୍ଟାଇଲିସ ଓ ପ୍ରସିଦ୍ଧ ଅଭିନେତ୍ରୀଙ୍କ ଲୁକ୍ ଦେବା ପାଇଁ ଚେଷ୍ଟା କରାଯାଇଛି। ପୂର୍ବରୁ ଫିଲ୍ମ ଜିରୋର ଟ୍ରେଲର ରିଲିଜ୍ ହୋଇଥିଲା। ଫିଲ୍ମରେ ବଉଆ ସିଂ ଚରିତ୍ରରେ ନଜର ଆସୁଛନ୍ତି ଶାହାରୁଖ। କମ୍ ହାଇଟର ହୋଇ ମଧ୍ୟ ନିଜ ପାଇଁ ଖୁବ୍ ଗ୍ଲାମରସ ଜୀବନସାଥୀ ସନ୍ଧାନ କରୁଛନ୍ତି ବଉଆ।

zero ଫିଲ୍ମରେ ଶାହାରୁଖଙ୍କ ବ୍ୟତୀତ କ୍ୟାଟ୍ରିନା ଓ ଅନୁଷ୍କା ପ୍ରମୁଖ ଭୂମିକାରେ ନଜର ଆସିବେ।ଫିଲ୍ମରେ ଅନୁଷ୍କା ଜଣେ ଦିବ୍ୟାଙ୍ଗ ଚରିତ୍ରରେ ଅଭିନୟ କରିଛନ୍ତି । ସେହିପରି କ୍ୟାଟ୍ରିନା କୈଫ୍ଙ୍କୁ ଫିଲ୍ମଷ୍ଟାର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଦୁଇ ନାୟିକାଙ୍କ ସହ ରୋମାନ୍ସ କରୁଛନ୍ତି ଶାହରୁଖ । ଚଳିତବର୍ଷ ଡିସେମ୍ବର ୨୧ରେ ରିଲିଜ ହେବ ଫିଲ୍ମ ଜିରୋ । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.