Below header

ଏଠି ନାହିଁ କଚ୍ଚା ଘର, ସହରର ଭ୍ରମ ସୃଷ୍ଟି କରୁଛି ବୁରୁବନ୍ଧ ଗାଁ

ବ୍ରହ୍ମପୁର (କେନ୍ୟୁଜ୍) : ଆଉ ନାହିଁ ବର୍ଷା, ପବନର ଭୟ କିମ୍ବା ନିଆଁ ଲାଗିଯିବାର ଭୟ,କାରଣ ଗାଁ ସାରା ପରିବାର ପାଇଛନ୍ତି ରାଜ୍ୟ ସରକାରଙ୍କ ଆବାସ ଯୋଜନାରେ ପକ୍କା ଘର ଗୋଟିଏ, ଗୋଟିଏ । ଆମେ କହୁଛୁ ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁ ପଞ୍ଚାୟତର ବୁରୁବନ୍ଧ ଗାଁର କଥା । ମୁଣ୍ଡ ଉପରେ ଛାତ ପାଇ ବହୁତ ଖୁସି ତେତିସି ପରିବାର, ଫୁଟିଛି ମୁହଁରେ ହସ। ସବୁ ଠାରୁ ଗୁରୁତ୍ୱ ପୁର୍ଣ୍ଣ କଥା ହେଲା, ଗାଁ ରେ ଅଛନ୍ତି ତେତିସି ପରିବାର କାହାର ମଧ୍ୟ ଚାଳ ଛପର ଘର ନାହିଁ, ସବୁ ଛାତ ଘର । ଏ ସବୁ ସମ୍ଭବ ସରକାରଙ୍କ ଆବାସ ଯୋଜନାରେ । ବୁରୁବନ୍ଧ ଗ୍ରାମବାସୀ ପୁର୍ବରୁ ଥିଲେ ଏବେର ଘୋଡାହାଡ ଡ୍ୟାମ୍ ସ୍ଥାନରେ ।

dam୧୯୬୮ ମସିହାରେ ଯେତେବେଳେ ଡ୍ୟାମ୍ କାର‌୍ୟ୍ୟ ଆରମ୍ଭ କରିବା ପାଇଁ ଯୋଜନା ଆରମ୍ଭ ହେଲା ସେତେବେଳେ ଅନେକ ଗାଁ କୁ ବିସ୍ଥାପିତ କରାଯାଇଥିଲା, ସେହି ମଧ୍ୟରୁ ବୁରୁବନ୍ଧ ହେଉଛି ଗୋଟିଏ ଗାଁ । ଡ୍ୟାମ୍ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଗାଁ ସ୍ଥାପନ କରାଯାଇଥିଲା। ଚାଳ ଛପର ଘର କରି ରହିଥିଲେ । ତେବେ ଏହି ଦଶ ବର୍ଷ ମଧ୍ୟରେ ପରିବର୍ତ୍ତନ ହୋଇଛି, ଇନ୍ଦିରା ଆବାସ, ବିଜୁ ପକ୍କା ଘର ନିର୍ମାଣ ସମସ୍ତ କଂ ହୋଇପାରିଛି ।

damକେବଳ ଏତିକି ନୁହେଁ, ଗାଁରେ ବିଶୁଦ୍ଧ ପାନୀୟ ଜଳ ପାଇପ ଯୋଗେ ମିଳିପାରିଛି, ଗାଁ ରାସ୍ତା ସିମେଣ୍ଟ କଂକ୍ରିଟ୍ ହୋଇଛି, ଡ୍ରେନ୍ ନିର୍ମାଣ ହୋଇଛି ଓ ସମସ୍ତଙ୍କ ପରିବାର ବିଦ୍ୟୁତ ପାଇଥିବା ପାଇଥିବା ବେଳେ ରାତିରେ ଗାଁ ମଝିରେ ଲାଗୁଛି ଏଲ୍ ଇ ଡି ଲାଇଟ୍ । ଏଥିପାଇଁ ଘର ପାଇଥିବା ପରିବାର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

damଘର ପାଇଥିବା ପରିବାର କହନ୍ତି, ରହିବା ପାଇଁ ଘର ଟିଏ ଥିଲେ ଅନେକ ଚିନ୍ତା ଦୂର ହୋଇଥାଏ । ଘର ସହିତ ଏହି ଆଦିବାସୀ ପରିବାରର ସାମାଜିକ ସ୍ଥିତିରେ ମଧ୍ୟ ପରିବର୍ତ୍ତନ ହୋଇଛି ସବୁ ପରିବାରର ପିଲା ମାନେ ସ୍କୁଲ ଯାଉଛନ୍ତି, ଶିକ୍ଷିତ ବି’ ହେଉଛନ୍ତି । ଜଣେ ଯୁବକ ଶିକ୍ଷିତ ହୋଇ ଶିକ୍ଷକ ହୋଇ ପାରିଛନ୍ତି ।

damଗାଁର ଟୁନା ନାୟକ ଶିକ୍ଷକ ହୋଇପାରିଥିବା ବେଳେ ଅନ୍ୟ ପରିବାରର ପୁଅ ଓ ଝିଅ ପାଠପଢ଼ା ପ୍ରତି ମନ ବଳାଇଛନ୍ତି। କିଏ ,କିଏ କଲେଜ ବି ‘ ଗଲେଣି । ଶିକ୍ଷକ ଟୁନା କହନ୍ତି, ସରକାର ଶିକ୍ଷା ପାଇଁ ବିଶେଷ କରି ଆଦିବାସୀ ମାନଙ୍କ ପାଇଁ ଅନେକ ସୁଯୋଗ ଦେଇଛନ୍ତି କାହିଁକି ଆମେ ହାତଛଡା କରିବୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.