ASO ନିଯୁକ୍ତି ମାମଲା: ରିଭ୍ୟୁ ପିଟିସନ ଖାରଜ କଲେ ହାଇକୋର୍ଟ

ଏଏସଓ ପରୀକ୍ଷାରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଧାର୍ଯ୍ୟ ହୋଇଥିବା କଟ ଅଫ୍‌ ମାର୍କକୁ ନେଇ କିଛି ଆଶାୟୀଙ୍କ ପକ୍ଷରୁ ପୂର୍ବରୁ ମାମଲା ରୁଜୁ ହୋଇଥିଲା। ରୁଲ ବାହାରକୁ ଯାଇ କଟ ଅଫ୍‌ ମାର୍କ ଓପିଏସସି ଧାର୍ଯ୍ୟ କରିଛି ବୋଲି ମାମଲାରେ ଦର୍ଶାଯାଇଥିଲା। ହାଇକୋର୍ଟ ଏଭଳି ପିଟିସନର ଶୁଣାଣି କରି ଏଏସଓ ନିଯୁକ୍ତି ପରୀକ୍ଷାର ଚୂଡାନ୍ତ ମେଧା ତାଲିକାକୁ ରଦ୍ଦ କରିଥିଲେ।

କେନ୍ୟୁଜ୍(ବ୍ୟୁରୋ): ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ନିଯୁକ୍ତି ପରୀକ୍ଷା ମାମଲାରେ ହାଇକୋର୍ଟରେ ଦାୟର ରିଭ୍ଯୁ ପିଟିସନକୁ ଖାରଜ କରିଛନ୍ତି ଓଡିଶା ହାଇକୋର୍ଟ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କିଛି ପରୀକ୍ଷାର୍ଥୀଙ୍କ ପକ୍ଷରୁ ଦାୟର ରିଭ୍ଯୁ ପିଟିସନକୁ ଖାରଜ କରି ଦେଇଛନ୍ତି। ଏଏସଓ ପରୀକ୍ଷାରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଧାର୍ଯ୍ଯ ହୋଇଥିବା କଟ ଅପ ମାର୍କକୁ ନେଇ କିଛି ଆଶାୟୀଙ୍କ ପକ୍ଷରୁ ପୂର୍ବରୁ ମାମଲା ରୁଜୁ ହୋଇଥିଲା। ରୁଲ ବାହାରକୁ ଯାଇ କଟ ଅପ ମାର୍କ ଓପିଏସସି ଧାର୍ଯ୍ଯ କରିଛି ବୋଲି ମାମଲାରେ ଦର୍ଶାଯାଇଥିଲା। ହାଇକୋର୍ଟ ଏଭଳି ପିଟିସନର ଶୁଣାଣି କରି ଏଏସଓ ନିଯୁକ୍ତି ପରୀକ୍ଷାର ଚୂଡାନ୍ତ ମେଧାତାଲିକାକୁ ରଦ୍ଦ କରିଥିଲେ।

ଏଏସଓ ପରୀକ୍ଷା ପରିଚାଳନା କରୁଥିବା ଓଡିଶା ଲୋକସେବା ଆୟୋଗ ବେନିୟମ ଭାବେ କଟ ଅପ ମାର୍କ ଧାର୍ଯ୍ଯ କରିଥିବା ଓଡିଶା ହାଇକୋର୍ଟ ଦର୍ଶାଇଥିଲେ। କିନ୍ତୁ ଏହି ମେଧା ତାଲିକାରେ ୧୧୦୪ ଜଣ ପ୍ରାର୍ଥୀ ଯୋଗ୍ଯ ବିବେଚିତ ହୋଇ ସ୍କିଲ ଟେଷ୍ଟ ମଧ୍ୟ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମେଧା ତାଲିକାକୁ ବାଦ ପଡୁଥିବା ଆଶାୟୀ ପରୀକ୍ଷାର୍ଥୀ ପୁନଶ୍ଚ ହାଇକୋର୍ଟରେ ରିଭ୍ଯୁ ପିଟିସନ ଦାୟର କରିଥିଲେ। ୧୧୦୪ ଯୋଗ୍ଯ ପ୍ରାର୍ଥୀଙ୍କ ମଧ୍ୟରୁ କିଛି ପ୍ରାର୍ଥୀ ଏହି ମାମଲା ଦାୟର କରିଥିଲେ। ସେମାନେ ଦର୍ଶାଇଥିଲେ ଯେ, ମାନ୍ଯବର ହାଇକୋର୍ଟ ସେମାନଙ୍କ ପକ୍ଷ ଶୁଣି ନାହାଁନ୍ତି। ତେବେ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ପୂର୍ବରୁ ଶୁଣାଣିକୁ ଶେଷ କରିବା ସହିତ ରାୟକୁ ସଂରକ୍ଷିତ ରଖିଥିଲେ। ଆଜି ଏହି ରାୟ ପ୍ରକାଶ କରି ରିଭ୍ଯୁ ପିଟିସନକୁ ଅଗ୍ରାହ୍ଯ କରି ଦେଇଛନ୍ତି ହାଇକୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.