ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ଦିନ ଆଜି, ଘରେ ବସି ୧୦ ମିନିଟରେ କରନ୍ତୁ ଭରନ୍ତୁ ରିଟର୍ଣ୍ଣ

ଆପଣଙ୍କ ହାତରେ ଆଉ ମାତ୍ର କେଇ ଘଣ୍ଟା ବାକି । ଆୟକର ରିଟର୍ଣ୍ଣ କରିବାର ଆଜି ଶେଷ ତାରିଖ । ଏପର୍ଯ୍ୟନ୍ତ ୬ କୋଟିରୁ ଅଧିକ ITR ଦାଖଲ କରାଯାଇଛି ।

ଆୟକର ରିଟର୍ଣ୍ଣ କରିବାର ଆଜି ଶେଷ ତାରିଖ । ଯଦି ଆପଣ ଆୟକର ରିଟର୍ଣ୍ଣ କରିନାହାନ୍ତି, ତେବେ ତୁରନ୍ତ କରିଦିଅନ୍ତୁ । ଆପଣଙ୍କ ହାତରେ ଆଉ ମାତ୍ର କେଇ ଘଣ୍ଟା ବାକି। ଏହି ସମୟ ଭିତରେ ୨୦୨୨-୨୩ ଆର୍ଥିକ ବର୍ଷା ଓ ଆସେସମେଣ୍ଟ ଇୟର ୨୦୨୩-୨୪ ପାଇଁ ଆଇଟିଆର ଫାଇଲ କରିବାକୁ ହେବ ।

ଗତକାଲି ସୁଦ୍ଧା ୬ କୋଟିରୁ ଅଧିକ ITR ଦାଖଲ କରାଯାଇଛି। ସେଥିରୁ ପ୍ରାୟ ୨୬.୭୬ ଲକ୍ଷ ITR ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ଦାଖଲ କରାଯାଇଛି। ୬ଟା ୩୦ ପର୍ଯ୍ୟନ୍ତ ଇ-ଫାଇଲ୍‌ ପୋର୍ଟାଲରେ ସଫଳ ଲଗ ଇନ୍‌ କରାଯାଇଥିଲା।
ଯଦି ଆପଣ ଏହି ଦିନରେ ମଧ୍ୟ ITR ଦାଖଲ କରିବାକୁ ମିସ୍ କରନ୍ତି, ତେବେ ଆପଣ ପେନାଲ୍ଟି ସହିତ ଡିସେମ୍ବର ୩୧, ୨୦୨୩ ପର୍ଯ୍ୟନ୍ତ ବିଳମ୍ବିତ ରିଟର୍ଣ୍ଣ ଫାଇଲ୍ କରିପାରିବେ। ଆର୍ଥିକ ବର୍ଷ ପାଇଁ ରିଟର୍ଣ୍ଣ ଦାଖଲ କରିବାର ମୂଳ ସମୟସୀମା ଶେଷ ହେବା ପରେ ବିଳମ୍ବିତ ରିଟର୍ଣ୍ଣ ଦାଖଲ କରିବାର ଏକ ସୁଯୋଗ ରହିଛି।

ନିଜେ ଭରନ୍ତୁ ଆୟକର ରିଟର୍ଣ୍ଣ :

ପ୍ରଥମେ ଇନକମ ଟ୍ୟାକ୍ସ ବିଭାଗର ଇ-ଫାଇଲିଂ େଓ୍ଵବସାଇଟକୁ ଯାଆନ୍ତୁ ।

ଏଠାରେ ନିଜର ପ୍ୟାନ୍‌ କାର୍ଡ ସହାୟତାରେ ରେଜିଷ୍ଟ୍ରର କିମ୍ବା ଲଗଇନ କରନ୍ତୁ ।

ଏହାପରେ କିଛି ବିବରଣୀ ଭରିବା ପରେ ଆସେସମେଣ୍ଟ ଇଅର, ଆଇଟିଆର ଫର୍ମ ନଂ, ଆଇଟିଆର ଟାଇପ୍‌ ଏବଂ ଟ୍ୟାକ୍ସ ଅନଲାଇନ ଜମା କି ଅଫଲାଇନ କରିବେ ଭରନ୍ତୁ ।

୫.ଏହା ପରେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଁ ପଚରାଯିବ, ସେଗୁଡିକ ପୂରଣ କରନ୍ତୁ।

୬.ବର୍ତ୍ତମାନ ଟ୍ୟାକ୍ସ ପେଡ୍ ଏବଂ ଭେରିଫିକେସନ୍ ପେଜ୍ ଖୋଲିବ, ଯେଉଁଠାରେ ଆପଣଙ୍କୁ ନିଜ ଅନୁଯାୟୀ ବିକଳ୍ପ ଚୟନ କରିବାକୁ ପଡିବ।
୭. ବର୍ତ୍ତମାନ ପ୍ରିଭିୟୁ କରି ଫର୍ମ ଯାଞ୍ଚ କରନ୍ତୁ ଏବଂ ତାପରେ ସବମିଟ୍ ଉପରେ କ୍ଲିକ୍ କରନ୍ତୁ।

୮. ଇ-ଭେରିଫିକେସନ୍ ପାଇଁ OTP ଆପଣଙ୍କ ଫୋନ୍ ନମ୍ବରକୁ ପଠାଯିବ ଏବଂ ଏହା ପରେ ଆପଣଙ୍କ କାମ ହୋଇଯିବ। ଏହି ପରି ଭାବେ ଆପଣ ନିଜର ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ୍ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.