ବରଗଡ଼ରେ ଜବରଦଖଲ ଉଚ୍ଛେଦ ପ୍ରତିବାଦ, ରାସ୍ତା କଡ଼ ଦୋକାନୀଙ୍କ ବିରୋଧ ଓ ଧାରଣା

ବରଗଡ଼ ସହର ସ୍ଥିତ ଲେଙ୍କୁ ମିଶ୍ର ଛକ ଠାରୁ ନୂତନ ଜୀରା ବ୍ରିଜ ପର୍ଯ୍ଯନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଜବର ଦଖଲ ଉଛେଦକୁ ନେଇ ଜିଲ୍ଲା ପ୍ରଶାସନ ଦେଇଥିବା ୪୮ ଘଣ୍ଟା ସମୟ ସୀମା ଆଜି ସରୁଛି । ଏହା ପୂର୍ବରୁ ଦୋକାନ ମାଲିକ ସଂଘ ଏହାକୁ ବିରୋଧ କରଛି ।ରବିବାର ସନ୍ଧ୍ୟାରେ ସଂଘ ପକ୍ଷରୁ ଲେଙ୍କୁ ମିଶ୍ର ଛକ ଠାରେ ରୁଣ୍ଡ ହୋଇ ପ୍ରତିବାଦ କରାଯାଇଥିଲା ।

ବରଗଡ଼(କେନ୍ୟୁଜ୍): ବରଗଡ଼ରେ ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା । ଧାରଣାରେ ବସିଲେ ବ୍ୟବସାୟୀ । ବରଗଡ଼ ସହର ସ୍ଥିତ ଲେଙ୍କୁ ମିଶ୍ର ଛକ ଠାରୁ ନୂତନ ଜୀରା ବ୍ରିଜ ପର୍ଯ୍ଯନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଜବର ଦଖଲ ଉଛେଦକୁ ନେଇ ଜିଲ୍ଲା ପ୍ରଶାସନ ଦେଇଥିବା ୪୮ ଘଣ୍ଟା ସମୟ ସୀମା ଆଜି ସରୁଛି । ଏହା ପୂର୍ବରୁ ଦୋକାନ ମାଲିକ ସଂଘ ଏହାକୁ ବିରୋଧ କରଛି ।ରବିବାର ସନ୍ଧ୍ୟାରେ ସଂଘ ପକ୍ଷରୁ ଲେଙ୍କୁ ମିଶ୍ର ଛକ ଠାରେ ରୁଣ୍ଡ ହୋଇ ପ୍ରତିବାଦ କରାଯାଇଥିଲା ।

ଆଜି ବି ଧାରଣା ଓ ପ୍ରତିବାଦ ଜାରି ରହିଛି । ଅନ୍ଯପଟେ ଜବର ଦଖଲ ଉଚ୍ଛେଦ ସପକ୍ଷରେ ବରଗଡ଼ ସହରରେ ଜନ ଆନ୍ଦୋଳନର ରୂପ ନେଇଛି । ଓକିଲ ସଂଘ ସମେତ ଜିଲ୍ଲା ପ୍ରଶାସନ ଏକ କମିଟି କରି ବାରମ୍ବାର ବୈଠକ କରିଛି । ଆଜି ସକାଳେ ଜିଲ୍ଲା ପ୍ରଶାସନ ଦେଇଥିବା ସମୟସୀମା ଶେଷ ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.