ମଣିପୁରରେ ହିଂସାରେ ଜଳିଗଲା ଭାରତୀୟ ଫୁଟବଲ ଖେଳାଳିଙ୍କ ଘର, ଜୀବନ ଯାକର ଆୟ ଜଳିପୋଡି ଛାରଖାର

ମଣିପୁର ହିଂସାରେ ଭାରତୀୟ ଫୁଟବଲ ଖେଳାଳି ଚିଙ୍ଗଲେନାସାନା ସିଂଙ୍କ ଘର ଜଳିପୋଡି ପାଉଁଶ ହୋଇଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ଖେଳାଳିଙ୍କ ପରିବାର ଲୋକେ । ଖେଳାଳିଙ୍କ ଘରେ ନିଆଁ ଲାଗିଯିବାରୁ ଘର ସହିତ ଖେଳାଳିଙ୍କ ଟ୍ରଫି ମଧ୍ୟ ପାଉଁଶ ହୋଇଯାଇଛି ।

ମଣିପୁର ହିଂସା ସମଗ୍ର ଦେଶକୁ ଦୋହଲାଇ ଦେଇଛି । ଏହି ହିଂସାରେ ଭାରତୀୟ ଫୁଟବଲ ଖେଳାଳିଙ୍କୁ ବରବାଦ କରିଦେଇଛି । ଭାରତୀୟ ଫୁଟବଲ ଖେଳାଳି ଚିଙ୍ଗଲେନସାନା ସିଂ କୋଝିକୋଡଙ୍କ ଘର ଜଳିପୋଡି ପାଉଁଶ ହୋଇଯାଇଛି । ପ୍ରତିବାଦକାରୀ ଖେଳାଳିଙ୍କ ଘରେ ନିଆଁ ଲଗାଇଦେଇଛନ୍ତି । ଜୀବନ ଯାକର ପରିଶ୍ରମ ଆୟ ପୋଡି ପାଉଁଶ କରିଦେଇଛନ୍ତି ।

ଏହି ହିଂସାରେ ତାଙ୍କ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେମାନେ ଏବେ ଆଶ୍ରୟ ସ୍ଥଳୀରେ ରହୁଛନ୍ତି । ମଇ ମାସରୁ ସଂପୂର୍ଣ୍ଣ ମଣିପୁରରେ ହିଂସା ଲାଗି ରହିଛି । ମଣିପୁରରେ ହିଂସା ଆରମ୍ଭ ହେବା ଦିନରୁ ଚିଙ୍ଗଲେନସାନା ଏଏଫସି କପ୍‌ ପ୍ଲେ ଅଫ ହାଇଦ୍ରାବାଦ ଏଫସି ତରଫରୁ ଖେଳୁଛନ୍ତି । ସେ ଚୁରଚନ୍ଦପୁର ଜିଲ୍ଲାର ଖୁମୁଜାମା ଲେକେଇରେ ରହୁଥିଲେ ।

ମଣିପୁର ହିଂସା ଖେଳାଳିଙ୍କ ଠାରୁ ସବୁକିଛି ଛଡେଇ ନେଲା । ଏକ ସାକ୍ଷାତକାରରେ ଚିଙ୍ଗଲେନସାନା କହିଛନ୍ତି, ମୋ ପାଖରେ ଯାହା ଥିଲା, ସବୁ ଜଳିପୋଡି ପାଉଁଶ ହୋଇଯାଇଛି । ମୁଁ ମଣିପୁରରେ ନଥିବା ବେଳେ ମୋ ପରିବାର ସହିତ ଏମିତି ଘଟିଗଲା । ମୋ ଘର, ଫୁଟବଲ ଟ୍ରଫି ସବୁକିଛି ଜଳିଗଲା । ବହୁତ କଷ୍ଟରେ ମୋ ମା ସହିତ କଥା ହୋଇଥିଲି । ଆଉ ମା’ର କୋହଭରା କାନ୍ଦ ଶୁଣି ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲି । ମୋର ସଂପୂର୍ଣ୍ଣ ଗାଁ ବରବାଦ ହୋଇଗଲା । ଅଳ୍ପକେ ମୋ ପରିବାର ବଞ୍ଚିଗଲା । ଏଥିପାଇଁ ସେ ଇଣ୍ଟରକଣ୍ଟିନେଣ୍ଟାଲ କପ ଲିଗରୁ ହଟିଯାଇଥିଲେ ।

ସେ ୨୦୨୧ରେ ଓମାନ ବିରୋଧରେ ଇଣ୍ଟରନ୍ୟାସନାଲ ଡେବ୍ୟୁ କରିଥିଲେ । ତାଙ୍କ ଡେବ୍ୟୁ ମ୍ୟାଚ ଡ୍ର ୧-୧ରେ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.