ଭିଜିଲାନ୍ସ ଜାଲରେ ଟ୍ରାଇବାଲ ଡେଭଲପମେଣ୍ଟ କର୍ପୋରେସନ କର୍ମଚାରୀ, ୫ ଲକ୍ଷ ୫୪ ହଜାର ଟଙ୍କା ଜବତ

ରୋହିତ ହେଉଛନ୍ତି ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେଟିଭ କର୍ପୋରେସନ ଲିମିଟେଡ଼ରେ ପୂର୍ବତନ ଜିଏମ। ଅବସର ପରେ ପୁନଃ ନିଯୁକ୍ତିରେ ଆର ଉଦୟଗିରିରେ କାର୍ଯ୍ୟରତ ଥିଲେ ରୋହିତ। ଚନ୍ଦ୍ରଗିରିରୁ ଭୁବନେଶ୍ୱରକୁ ବସ୍‌ରେ ଆସୁଥିବା ବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି ରୋହିତ।

କଟକ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଟ୍ରାଇବାଲ ଡେଭଲପମେଣ୍ଟ କର୍ପୋରେସନ କର୍ମଚାରୀ। ରୋହିତ ପରିଡ଼ାଙ୍କ ଠାରୁ ୫ ଲକ୍ଷ ୫୪ ହଜାର ଟଙ୍କା ଜବତ କରିଛି ଓଡିଶା ଭିଜିଲାନ୍‌ସ। ଜବତ ଟଙ୍କା ଲାଞ୍ଚ କାରବାରର ହୋଇଥିବା ସନ୍ଦେହ କରୁଛି ଭିଜିଲାନ୍ସ।

ରୋହିତ ହେଉଛନ୍ତି ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେଟିଭ କର୍ପୋରେସନ ଲିମିଟେଡ଼ରେ ପୂର୍ବତନ ଜିଏମ। ଅବସର ପରେ ପୁନଃ ନିଯୁକ୍ତିରେ ଆର ଉଦୟଗିରିରେ କାର୍ଯ୍ୟରତ ଥିଲେ ରୋହିତ। ଚନ୍ଦ୍ରଗିରିରୁ ଭୁବନେଶ୍ୱରକୁ ବସ୍‌ରେ ଆସୁଥିବା ବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି ରୋହିତ। ତିନୋଟି ସ୍ଥାନରେ ଆୟ ବହିର୍ଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍‌ସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.