Below header

ପାକିସ୍ତାନ ବ୍ଲାଷ୍ଟରେ ୧୦ କେଜିର ବିସ୍ଫୋରକ ବ୍ୟବହୃତ, ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି; ୧୦୦ରୁ ଅଧିକ ଆହତ

ପାକିସ୍ତାନର ଖୈବର ପଖତୁନଖୱା ପ୍ରଦେଶରେ ରବିବାର ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି। ଏଥିରେ ୧୦୦ରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ପାକିସ୍ତାନର ଖୈବର ପଖତୁନଖୱା ପ୍ରଦେଶରେ ରବିବାର ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି। ଏଥିରେ ୧୦୦ରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଠାରେ ଇସ୍‌ଲାମ୍‌ ପାର୍ଟି ତରଫରୁ ଆୟୋଜିତ ଏକ ରାଜନୈତିକ ସମାବେଶରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା।

ଏହି ବିସ୍ଫୋରଣରେ ଜମିୟତ୍‌ ଉଲେମା-ଇ-ଇସଲାମ-ଫଜଲ (JUI-F) ଦଳକୁ ଟାର୍ଗେଟ କରାଯାଇଥିଲା, ଯିଏକି ଏକ ପ୍ରଭାବଶାଳୀ ଫାୟାରବ୍ରାଣ୍ଡ ମୌଲବୀଙ୍କ ନେତୃତ୍ୱାଧୀନ ଦଳ ଏବଂ ଶାହବାଜ ସରକାରରେ ସାମିଲ ରହିଛି।

ଖୈବର ପଖତୁନଖୱାର ପୋଲିସ ମହାନିରୀକ୍ଷକ ଅଖତର ହୟାତ୍ ଖାନ୍ କହିଛନ୍ତି ଯେ ବିସ୍ଫୋରଣରେ ୧୦ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରାଯାଇଥିଲା। ଏହି ବିସ୍ଫୋରଣ ରବିବାର ଅପରାହ୍ନ ପ୍ରାୟ ୪ଟାରେ ହୋଇଥିଲା। ଏହି ସମୟରେ ବାଜୋର ଜିଲ୍ଲାର ଖାର ଅଞ୍ଚଳରେ ଜମିୟତ୍‌ ଉଲେମା-ଇ-ଇସଲାମ-ଫଜଲର ଏକ ବୈଠକ ଚାଲିଥିଲା।

ଜିଲ୍ଲା ପୋଲିସ ଅଧିକାରୀ ନଜିର ଖାନ କହିଛନ୍ତି, ବାଜୋର ଏବଂ ଏହାର ଆଖପାଖ ଅଞ୍ଚଳର ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଏଠାରେ ଅଧିକାଂଶ ଆହତଙ୍କୁ ଭର୍ତ୍ତି କରାଯାଇଛି। ପୋଲିସ କହିଛି, ଆତ୍ମଘାତୀ ବିସ୍ଫୋରଣକାରୀ ବିସ୍ଫୋରକ ଭର୍ତ୍ତି ଜ୍ୟାକେଟ ପିନ୍ଧି ମଞ୍ଚ ନିକଟରେ ବିସ୍ଫୋରଣ କରିଥିଲେ। ଏଠାରେ ଦଳର ବହୁ ବରିଷ୍ଠ ନେତା ବସିଥିଲେ।

ସେପଟେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ରାଷ୍ଟ୍ରପତି ଆରିଫ ଅଲଭି ଏହି ଆକ୍ରମଣକୁ ନିନ୍ଦା କରିବା ସହ ମୃତକ ଏବଂ ଆହତଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.