Below header

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଗୃହରେ ହଟ୍ଟଗୋଳ

ଭୁବନେଶ୍ବର(କେନ୍ୟୁଜ୍): ବିଧାନସଭା ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ସଦସ୍ୟ ମାନେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ। ପଟ୍ଟନାଇକିଆ ହତ୍ୟାକାଣ୍ଡ ଓ କେନ୍ଦ୍ରାପଡ଼ା ଘଟଣାରେ ବିଜେପି ସଦସ୍ୟମାନେ ହୋହାଲ୍ଲା କରିଥିଲେ। ଗୃହରେ ଅଚଳାବସ୍ଥା ସୃଷ୍ଟି ହେବାରୁ ବାଚସ୍ପତି ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବୀ ରଖିଛନ୍ତି। ସେପଟେ ଆଜିଠୁ ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଅନୁଦାନ ଉପରେ ଆଲୋଚନା ହେବ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଆଲୋଚନା ହେବ । ବିଭିନ୍ନ ବିଭାଗର ଅନୁଦାନ ଦାବି ଉପରେ ଆଲୋଚନା ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଦିନ ଓ ସମୟ ଧାର୍ଯ୍ୟ ହୋଇଛି। ଆଜି ରାଜସ୍ୱ ଏବଂ ଅବକାରୀ ବିଭାଗର ଅନୁଦାନ ଉପରେ ଆଲୋଚନା ହେବ । ବିରୋଧୀ ମଦ ଦୋକାନକୁ ପ୍ରୋତ୍ସାହିତ କରିବା ନେଇ ଅବକାରୀ ବିଭାଗ ଅନୁଦାନ ଦାବି ଯାଞ୍ଚ କରି କମିଟି ଦେଇଥିବା ରିପୋର୍ଟ ଉପରେ ସରକାରଙ୍କୁ ଘେରିବା ଯୋଜନା ରହିଛି।୩୧ ତାରିଖରେ ବଜେଟ ଅନୁଦାନ ଦାବି ଉପରେ ବ୍ୟୟମଞ୍ଜୁରୀ ବିଧେୟକ ଆସି ପାରିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.