ସାବଧାନ ! ବ୍ୟାଙ୍କରେ ଭୁଲ୍ ଆଧାର ଦେଲେ ହୋଇପାରେ ୧୦ ହଜାର ଟଙ୍କା ଜରିମାନା

ବ୍ୟାଙ୍କରେ ନେଣ ଦେଣ ପାଇଁ ପାନ୍ କାର୍ଡ ସ୍ଥାନରେ ଆଧାର କାର୍ଡର ବିକଳ୍ପ ରଖିଛନ୍ତି ସରକାର । ଯଦି ଆପଣ ଏହି ନେଣ ଦେଣ ପାଇଁ ଆଧାର କାର୍ଡ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର । ଯଦି ବ୍ୟାଙ୍କର କୌଣସି କାମରେ ଆପଣ ଭୁଲ୍ ଆଧାର ନମ୍ବର ଦେଉଛନ୍ତି ତେବେ ଏହା ଆପଣଙ୍କ ଉପରେ ପଡିପାରେ ମହଙ୍ଗା । ଭୁଲ୍ ଆଧାର ନମ୍ବର ଦେଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିପାରେ । ଏହି ନିୟମ ଆସନ୍ତା ସେପ୍ଟେମ୍ବର ୧ ରୁ ଲାଗୁ ହେବ । ତେବେ କୌଣସି ବ୍ୟକ୍ତି ଉପରେ ଜରିମାମା ଲଗାଇବା ପୂର୍ବରୁ ତାଙ୍କର ପକ୍ଷ ରଖିବା ପାଇଁ ସୁଯୋଗ ଦିଆଯିବ ।

ଏହା ସହ ପଢନ୍ତୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପରେ ଏବେ ଆଲ୍ଲାହାବାଦ ବ୍ୟାଙ୍କରେ ଘୋଟଲା, ୧୭ ଶହ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ

ସୂଚନା ଅନୁଯାୟୀ, ଚଳିତ ଥର ବଜେଟରେ ଆଧାର ସହ ଜଡିତ ନୂଆ ନିୟମ କରାଯାଇଛି । ଏହା ସହ କିଛି ନିୟମକୁ ସଂଶୋଧିତ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ବ୍ୟାଙ୍କରେ ନେଣଦେଣ ପାଇଁ ଏବେ ପାନ୍ କାର୍ଡର ଆବଶ୍ୟକତା ପଡିବନି । ଏଥିପାଇଁ ଆଧାର କାର୍ଡର ବ୍ୟବହାର କରାଯିବ । ଏଥିପାଇଁ ଧାରା ୨୭୨ ବି ରେ ସଂଶୋଧନ କରାଯିବ । ଆଉ ଆୟକର ଅଧିନିୟମର ଧାରା ୨୭୨ ବି ରେ ପାନ୍ କାର୍ଡ ବ୍ୟବହାର ନିୟମକୁ ଉଲଂଘନ ଦଣ୍ଡାତ୍ମକ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.