ଦୁଇ ସାହି ଭିତରେ ଗଣ୍ଡଗୋଳରୁ ବୋମାମାଡ଼; ୧୦ ଆହତ, ୪ ଗୁରୁତର

ଦୁଇ ସାହି ଭିତରେ ଗଣ୍ଡଗୋଳରୁ ବୋମାମାଡ଼ । କଟକ ଜିଲ୍ଲା ଆଠଗଡ଼ ଥାନା ବଡଭୂଇଁ ପଞ୍ଚାୟତରେ ଏହି ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ସହ ଢେଲାମାଡ କରି ଘରଦ୍ୱାର ଭଙ୍ଗାରୁଜା ହୋଇଛି । ବୋମାମାଡ଼ରେ ୧୦ଜଣ ଆହତ ହୋଇଛନ୍ତି ।

ଆଠଗଡ଼ (କେନ୍ୟୁଜ): ଦୁଇ ସାହି ଭିତରେ ଗଣ୍ଡଗୋଳରୁ ବୋମାମାଡ଼ । କଟକ ଜିଲ୍ଲା ଆଠଗଡ଼ ଥାନା ବଡଭୂଇଁ ପଞ୍ଚାୟତରେ ଏହି ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ସହ ଢେଲାମାଡ କରି ଘରଦ୍ୱାର ଭଙ୍ଗାରୁଜା ହୋଇଛି । ବୋମାମାଡ଼ରେ ୧୦ଜଣ ଆହତ ହୋଇଛନ୍ତି ।

ଏମାନଙ୍କ ଭିତରେ ଗୁରୁତର ହୋଇଛନ୍ତି ୪ ଜଣ । ସେମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ୪ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁଇ ସାହି ଭିତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଜଣାପଡିଛି । ଅଧିକ ଖୋଳତାଡ କରୁଛି ଆଠଗଡ଼ ଥାନା ପୋଲିସ୍ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.