Below header

ହାତୀ ମାନଙ୍କୁ ଚିଡାଇବା ସହ ସେଲଫି ନେବାରେ ବ୍ଯସ୍ତ କିଛି ଯୁବକ, ଭିଡିଓ ଭାଇରାଲ୍ ପରେ ଏବେ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ଆଠଗଡ଼ ବନବିଭାଗ

ଆଠଗଡ଼ : ହାତୀ ସହ ସେଲଫି । ହାତୀ ସହ ଫଟୋ ଉଠାଇବାକୁ ଯୁବକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି ଆଠଗଡ଼ରେ । ହାତୀ ସହ ସେଲଫି ଉଠାଉଛନ୍ତି କିଛି ଅମାନିଆ । ଏଭଳି ଦୃଶ୍ୟ ଭାଇରାଲ ହେବାପରେ ହାତୀ ସହ ସେଲ୍‌ଫି ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି ବନବିଭାଗ । ଏଭଳି ନିଷ୍ପତ୍ତି ନେଇଛନ୍ତି ଆଠଗଡ଼ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା।

ଆଠଗଡ଼ ବନଖଣ୍ଡର ଜଳବାୟୁ ଓ ପରିବେଶ ହାତୀ ମାନଙ୍କୁ ସୁହାଉଥିବାରୁ ଏଠାରେ ପ୍ରାୟ ୯ ମାସ ଧରି ରହୁଥିବାବେଳେ ଚନ୍ଦକାରେ ୩ ମାସ ରହିଥାନ୍ତି। କିନ୍ତୁ କିଛି ଅମାନିଆ ଯୁବକ ହାତୀ ମାନଙ୍କୁ ଚିଡାଇବା ସହ ସେଲ୍‌ଫି ନେଉଛନ୍ତି। କିଏ କେତେ ହାତୀଙ୍କ ନିକଟତର ହୋଇପାରୁଛି ସେନେଇ ଯୁବକଙ୍କ ମଧ୍ୟରେ ଶହ ଶହ ଟଙ୍କାର ବାଜି ଲାଗୁଛି।

ବନବିଭାଗ କର୍ମଚାରୀଙ୍କ ବାରଣ ସତ୍ତ୍ୱେ ମାନୁନଥିବା ଦେଖିବାକୁ ମିଳୁଛି। ଭାରତୀୟ ବନ୍ୟପ୍ରାଣୀ ଆଇନ ୧୯୭୨ ଅନୁଯାୟୀ ସେମାନଙ୍କ ସହ ସେଲ୍‌ଫି ନେବା, ଉତ୍ତେଜିତ କରିବା ଓ ଗତିରୋଧ କରିବା ଏକ ଦଣ୍ଡନୀୟ ଅପରାଧ। ତେଣୁ ଏଭଳି କାର୍ଯ୍ୟରେ ଲିପ୍ତ ଥିବା ଯୁବକ ମାନଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ନିଆଯିବ ବୋଲି DFO ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.