ଦୀର୍ଘ ୫କିମି ମାଟି ଓ ଦୁର୍ଗମ ରାସ୍ତାରେ ଚାଲି ଚାଲି ଗଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ଅନୁଗୁଳ (କେନ୍ୟୁଜ୍): ଦୀର୍ଘ ୫କିମି ମାଟି ଓ ଦୁର୍ଗମ ରାସ୍ତାରେ ଚାଲିଲେ ଆଠମଲ୍ଲିକ ବିଧାୟକ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ସାଏ ଲୋକଙ୍କ ଅସୁବିଧା ବୁଝିବା ପାଇଁ ୫ କି.ମି ବାଟ ଚାଲିଲେ। ପ୍ରବଳ ଖରାକୁ ଖାତିର ନକରି ବିଧାୟକ ବହୁ କଷ୍ଟରେ ଲୋକଙ୍କ ପାଖରେ ପହଞ୍ଚି ଥିଲେ। ଆଠମଲ୍ଲିକ ଓ କିଶୋରନଗର ବ୍ଲକକୁ ସଂଯୋଗ କରୁଥିବା ଭୋଗରାଠାରୁ ଫୁଲଝରି ୪ କି.ମି ରାସ୍ତା ଆଦୌ ନାହିଁ । ଲୋକେ ମାଟି ଓ ଦୁର୍ଗମ ରାସ୍ତାରେ ଯାତାୟାତ କରୁଛନ୍ତି । ପୂର୍ବରୁ ବହୁବାର ଲୋକ ଅଭିଯୋଗ କରିଥିଲେ ମଧ୍ୟ ରାସ୍ତା ନିର୍ମାଣ ପାଇଁ କେହି କେବେ କୌଣସି ପଦକ୍ଷେପ ନେଇନାହାନ୍ତି।

ଉଭୟ ଗାଁର ଲୋକ ଆଠମଲ୍ଲିକ ବିଧାୟକଙ୍କୁ ପୁଣି ଥରେ ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ। ବିଧାୟକ ନିଜେ ଚାଲି ଚାଲି ଯାଇ ଲୋକଙ୍କ ଅସୁବିଧାକୁ ବୁଝିଥିଲେ। ବିଭାଗୀୟ କାର୍ଯ୍ୟ ର୍ନିବାହୀ ଅଧିକାରୀ ଓ ଜନସାଧାରଣଙ୍କ ସହ ମିଶି ରାସ୍ତା ନିର୍ମାଣ ପାଇଁ ଆଲୋଚନା କରିଥିଲେ। ରାସ୍ତାରେ ଜନସାଧାରଣଙ୍କ ସହ ମିଶି ଚାଲିଚାଲି ଆସି ଫୁଲଝରି ଗାଁର ପ୍ରାଥମିକ ବିଦ୍ୟାଳୟଠାରେ ଏକ ବୈଠକ କରିଥିଲେ। ରାସ୍ତା ନିର୍ମାଣ କାର୍ଯ୍ୟ ଗାଁର ବିଭିନ୍ନ ସମସ୍ୟା ସମ୍ପର୍କରେ ଓ ସ୍କୁଲରେ ର୍ନିମିତ ଗୃହ ସମ୍ପର୍କରେ ଆଲୋଚନା କରିଥିଲେ। ବିଧାୟକଙ୍କ ଏଭଳି ପଦକ୍ଷେପକୁ ଉଭୟ ଗାଁର ଲୋକ ବେଶ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.