ଖେଳାଳିଙ୍କୁ ଉତ୍ସାହିତ କରି ପଞ୍ଜାବ ଟିମ୍‌କୁ ଜିତାଇଦେଲେ ପ୍ରୀତି, ଫଟୋ ହେଉଛି ଭାଇରଲ

ଆଇପିଏଲ୍‌ ସିଜନରେ ଗତକାଲି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ସହିତ ଟକ୍କର ଦେଇଥିଲା ପଞ୍ଜାବ କିଙ୍ଗସ। ଏହି ମ୍ୟାଚରେ ପଞ୍ଜାବ ୪ ଓ୍ଵିକେଟ ହରାଇ ୧୮୭ ରନ୍‌ କରିଥିଲା। ଏହି ମ୍ୟାଚରେ ଶିଖର ଧଓ୍ଵନ ଅପରାଜିତ ରହି ୮୮ ରନ୍‌ କରିଥିଲେ। ଏହି ମ୍ୟାଚରେ ପଞ୍ଜାବର ମାଲିକାଣୀ ପ୍ରୀତି ଜିଣ୍ଟା ନଜର ଆସିଥିଲେ। ଆଉ ଟିମର ବ୍ୟାଟିଂକୁ ନେଇ ବହୁତ ଖୁସି ମଧ୍ୟ ହୋଇଥିଲେ।

ଚେନ୍ନାଇ ବିପକ୍ଷରେ ମ୍ୟାଚ ସମୟରେ ପ୍ରୀତି ଜିଣ୍ଟା ଟିମ୍‌ ପଞ୍ଜାବ ପାଇଁ ବେଶ୍‌ ଉତ୍ସାହିତ ଥିବା ନଜର ଆସିଛନ୍ତି। ମ୍ୟାଚରେ କୌଣସି ଖେଳାଳି କିଛି ବି ବଡ ସଟ୍‌ ମାରିଲେ, ସେ ଚିଅର କରୁଥିବା ନଜର ଆସିଛନ୍ତି। ଆଉ ଠିକ୍‌ ଏହି ସମୟର ଫଟୋ ଏବେ ସୋସିଆଲ ଭିଡିଆରେ ଭାଇରଲ ହେବାରେ ଲାଗିଛି। ପୂର୍ବରୁ ଆଇପିଏଲର ପ୍ରତ୍ୟେକ ମ୍ୟାଚରେ ପ୍ରୀତି ଟିମର ମନୋବଳ ବଢାଇବା ପାଇଁ ନଜର ଆସିଥାନ୍ତି। କିନ୍ତୁ ଏଥର କରୋନା ଏବଂ ବାୟୋବବଲ ଯୋଗୁଁ ବହୁତ କମ୍‌ ନଜର ଆସୁଛନ୍ତି।

ଏହି ମ୍ୟାଚରେ ଚେନ୍ନାଇ ୧୮୮ ରନର ଟାର୍ଗେଟ ଦେଇଥିଲା ପଞ୍ଜାବ । ପଞ୍ଜାବ ଟିମ ପକ୍ଷରୁ ୧୧୦ର ପାଟର୍ନରସିପ କରିଥିଲେ ଶିଖର ଧଓ୍ଵନ ଏବଂ ଭାନୁକା ରାଜାପେକ୍ଷ। ଚେନ୍ନାଇ ପାଇଁ ସବୁଠାରୁ ଅଧିକ ଓ୍ଵିକେଟ ନେଇଥିଲେ ବ୍ରାଭୋ। ବ୍ରାଭୋ ୪୨ ରନ୍‌ ଦେଇ ଦୁଇଟି ଓ୍ଵିକେଟ ନେଇଥିଲେ।


ଗତକାଲି ଚେନ୍ନାଇ ଓ ପଞ୍ଜାବ ମ୍ୟାଚରେ ଚେନ୍ନାଇ ହାରର ସାମ୍ନା କରିଥିଲା। ଅମ୍ବାତି ରାୟୁଡୁଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ମଧ୍ୟ ଚେନ୍ନାଇ ହାରିଥିଲା। ଚେନ୍ନାଇ ସୁପରକିଙ୍ଗସରେ ଏହା ଷଷ୍ଠ ପରାଜୟ ଆଉ ପଞ୍ଜାବର ଚତୁର୍ଥ ବିଜୟ। ଚେନ୍ନାଇ ଟିମର ରବିନ ଉଥାପ୍ପା ୭୮ ରନ୍‌ କରିବା ସତ୍ତ୍ୱେ ୧୭୬ ରନ କରିବାରେ ସକ୍ଷମ ହୋଇଥିଲା ଟିମ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.