Below header

ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ଘଟଣା ସ୍ଥଳରେ ହିଁ ଚାଲିଗଲା ଜଣକ ଜୀବନ

ଯୋଡ଼ା (କେନ୍ୟୁଜ୍‌) : ଯାତ୍ରୀବାହୀ ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ । କେନ୍ଦୁଝର ଜିଲ୍ଲା ଚମ୍ପୁଆ, ପାଞ୍ଚପୋଖରୀଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ମା ପାର୍ବତୀ ନାମକ ଯାତ୍ରୀବାହୀ ବସ୍’ ଯୋଡ଼ାରୁ ଟାଟା ଅଭିମୁଖେ ଯାଉଥିବା ବେଳେ, ସାମ୍ନା ପଟରୁ ଆସୁଥିବା ଏକ ବାଇକ୍‌କୁ ଧକ୍କାଦେଇ କିଛି ବାଟ ଘୋସାରି ନେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା ।

ତେବେ ବାଇକକୁ ଧକ୍କା ଦେବା ପରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା ଯାହା ଫଳରେ ବିଦ୍ୟୁତ ତାର ଛିଣ୍ଡି ଯାଇ ସ୍ପାର୍କିଂ ହୋଇଥିଲା । ଏଥିରେ ପାଖରେ ଥିବା ଜଣେ ବ୍ୟକ୍ତିଙ୍କ ବାଡ଼ିରେ ନିଆଁ ଲାଗି ଯାଇଥିଲା । ତେବେ କିଛି ସମୟ ମଧ୍ୟରେ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଲିଭାଇ ଥିଲେ । ସୌଭାଗ୍ୟ ବଶତଃ ସମସ୍ତ ବସ୍ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଚମ୍ପୁଆ ପୋଲିସ ବସକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.