ଜମାଦାରଙ୍କ ହ୍ବିଦିଲରେ ଏଟିଏମ ଲୁଟେରା ଚମ୍ପଟ

କେନ୍ଦୁଝର: ମାତିଛନ୍ତି ଏଟିଏମ ଲୁଟେରା। ସଦର ଥାନା ଅନ୍ତର୍ଗତ ପଦ୍ମପୁର ଷ୍ଟେଟ ବ୍ୟାଙ୍କ ଶାଖା ନିକଟରେ ଥିବା ଏଟିଏମରୁ ଲୁଟ୍ ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ଏଟିଏମ୍ ଭାଙ୍ଗି ଦେଇଛନ୍ତି। ଲୁଟ୍ ଉଦ୍ୟମ ବେଳେ ସେଠାରେ ଥିବା ବାହାଦୂର ହୁଇସିଲ ମାରିବା ସହ ପୋଲିସକୁ ଫୋନ କରି ଜଣାଇବାରୁ ଦୁର୍ବୃତ୍ତମାନେ ତାଙ୍କୁ ପଥର ମାଡ କରିଥିଲେ। ଏଟିଏମର ସିକ୍ୟୁରିଟିଗାର୍ଡ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚିବାରୁ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ। ପୋଲିସ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି।

Leave A Reply

Your email address will not be published.