ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସବସିଡି ଦରରେ ଯୋଗାଇବେ ବିହନ

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ବର୍ଷାରେ ଧାନ ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ତଳି ନଷ୍ଟ ହୋଇଯାଇଛି। ଆଣ୍ଠୁଏ ଆଣ୍ଠୁଏ ପାଣିରେ ବୁଡି ରହିବା ଫଳରେ ପଚି ଯାଇଛି ତଳି। ଫଳରେ ରୁଆ ପୋତା ହୋଇପାରୁନି। ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ସରକାର ସବସିଡି ଦରରେ ବିହନ ଯୋଗାଇଦେବେ।

କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ରାଜ୍ୟରେ ଆବଶ୍ୟକ ପରିମାଣର ବିହନ ମହଜୁଦ ଥିବା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି। ପୁରୀ, କଳାହାଣ୍ଡି, ଖୋର୍ଦ୍ଧା, କଟକ, ଯାଜପୁର ଏବଂ ସୋନପୁର ଜିଲ୍ଲାରେ ଧାନ ଚାଷ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.