ବ୍ରହ୍ମପୁର: ଦୁଇ ଏସବିଆଇ ଏଟିଏମରୁ ଲୁଟ୍ ଉଦ୍ୟମ

atm lootବ୍ରହ୍ମପୁର: ଗୋଟିଏ ଦିନରେ ତିନି ତିନିଟି ଏଟିଏମରୁ ଲୁଟ୍ ଉଦ୍ୟମ। ବ୍ରହ୍ମପୁର ସହର ଓ ଏହାର ଉପକଣ୍ଠ ହଳଦିଆପଦାରେ ଥିବା ଦୁଇଟି ଏସବିଆଇ ଏଟିଏମରୁ ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ଗୋଟିଏରୁ ଟଙ୍କା ଲୁଟି ନେଇଥିବାବେଳେ ଅନ୍ୟଟିରେ ବିଫଳ ହୋଇଛନ୍ତି। ଗୋପାଳପୁର ଜଙ୍କସନ ନିକଟରେ ଥିବା ଏସବିଆଇ ଏଟିଏମରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରୁଥିବାବେଳେ ସାଇରନ ବାଜିଥିଲା। ଫଳରେ ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

atm lootସେହିପରି ହଳଦିଆପଦର ଛକରେ ଥିବା ଏସବିଆଇରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ତେବେ କେତେ ଟଙ୍କା ଲୁଟ୍ ହୋଇଛି ଜଣାପଡିନାହିଁ। ସଦର ଏସଡିପିଓ, ଗୋଳନ୍ଥରା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏଟିଏମ ଟ୍ରେ ଗୁଡିକୁ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟରୁ ବୈଦନାଥପୁର ପୋଲିସ ଉଦ୍ଧାର କରିଛି।

You might also like