Below header

ଯାଜପୁର ଟାଉନ: ଅଭିଯୁକ୍ତର ଆକ୍ରମଣରେ କନେଷ୍ଟବଳ ଆହତ

ଯାଜପୁର ଟାଉନ: ଅଭିଯୋଗକାରୀଙ୍କ ଆକ୍ରମଣରେ କନେଷ୍ଟବଳ ଆହତ । ଆହତ କନେଷ୍ଟବଳ ଯାଜପୁର ଥାନା ଅନ୍ତର୍ଗତ ରାମବାଗ ଫାଣ୍ଡିର ଲାଲମୋହନ ସାହୁ। ଅଭିଯୋଗ କ୍ରମେ ଲାଲମୋହନ ଓ ତାଙ୍କର ଜଣେ ସହକର୍ମୀ ଏହି ଫାଣ୍ଡି ଅନ୍ତର୍ଗତ ବିରଜାପୁର ଗ୍ରାମର ଦେବେନ୍ଦ୍ର ଦାସଙ୍କୁ ଏକ ପାରିବାରିକ କହଳ କେସକୁ କେନ୍ଦ୍ର କରି ଡାକିବାକୁ ଯାଇଥିଲେ । ଏଥିରେ ଦେବେନ୍ଦ୍ର ଉତକ୍ଷିପ୍ତ ହୋଇ କନେଷ୍ଟବଳ ଲାଲମୋହଙ୍କ ହାତକୁ ବ୍ଲେଡ଼ରେ କାଟିଦେଇଥିଲା । ଫଳରେ ସେ ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଯାଜପୁର ମେଡିକାଲରେ ଭର୍ତ୍ତୀ କରାଯାଇଥିଲା। ଅପରପକ୍ଷେ ଆକ୍ରମଣକାରୀ ଦେବେନ୍ଦ୍ରକୁ ପୋଲିସ ଗିରଫ କରିଛି ।

attack

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.