ନଦୀ ମଝିରେ ଫସିଲା ସ୍କୁଲ ଜିପ୍,ଦେଖନ୍ତୁ କେମିତି ଉଦ୍ଧାର ହେଲେ ୨୦ ଜଣ ପିଲା
ବନ୍ୟାଜଳରେ ଫସିଥିବା ଏକ ସ୍କୁଲ ଜିପ୍ର ଉଦ୍ଧାର ଭିଡ଼ିଓ ଭାଇରାଲ ହୋଇଛି। ୨୦ ଜଣ ଛୋଟ ଛୁଆ ଥିବା ଏହି ଜିପ୍ ନଦୀ ମଝିରେ ପାଣିରେ ଫସିଯାଇଥିଲା। ପ୍ରବଳ ସୁଅ ଦେଖି ଡ୍ରାଇଭର ଗାଡ଼ିକୁ ଛାଡ଼ିଚାଲିଯିବା ପରେ ପିଲାମାନେ ବିକଳରେ କାନ୍ଦୁଥିଲେ। ଆଉ ଏତିକି ବେଳେ ଦେବଦୂତ ସାଜି ପହଞ୍ଚିଲେ ଜଣେ ଟ୍ରାକ୍ଟର ଡ୍ରାଇଭର। ସେ ପିଲାଙ୍କୁ ନଦୀରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ,
ରିପୋର୍ଟ ମୁତାବକ, ହିମାଚଳ ପ୍ରଦେଶର କାଙ୍ଗଡ଼ାଠାରେ ନଦୀ ମଝିରେ ଏକ ସ୍କୁଲ୍ ଜିପ୍ ଫସିଯାଇଥିଲା। ନଦୀରେ ପାଣି ଆସିବାରୁ ଡ୍ରାଇଭର ଗାଡ଼ି ଛାଡ଼ିଦେଇ ଜୀବନ ବଞ୍ଚାଇ ଦୌଡ଼ିପଳାଇଥିଲେ। ଜିପ୍ରେ ପ୍ରାୟ ୨୦ ଜଣ ଛୋଟ ଛୁଆ ଥିଲେ। ଜିପ୍ ଡ୍ରାଇଭର ପଳାଇବା ପରେ ରାସ୍ତାରେ ଯାଉଥିବା ଏକ ଟ୍ରାକ୍ଟର ଡ୍ରାଇଭର ଜିପ୍କୁ ଉଦ୍ଧାର କରିଥିଲା। ଉତ୍ତର କନ୍ନଡ଼ରେ ଗତ ଚାରି ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଡ୍ୟାମ୍ର ଗେଟ୍ ଖୋଲାଯାଇଛି। ଶିମୋଗା ଜିଲ୍ଲା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ଲୋକମାନେ ଏବେ