Below header

ଆନନ୍ଦପୁର, ପୋଲିସକୁ ମାଡ଼ ମାରି ଅଭିଯୁକ୍ତକୁ ଛଡାଇ ନେଲେ ଦୁର୍ବୃତ୍ତ

ଆନନ୍ଦପୁର (କେନ୍ୟୁଜ୍) : ପୋଲିସକୁ ମାଡ଼ ମାରି ଅଭିଯୁକ୍ତକୁ ଛଡାଇ ନେଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ରେ ଘଟିଛି ଏଭଳି ଘଟଣା । ଗତକାଲି ରାତିରେ ଉକ୍ତ ଅଂଚଳରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରି ଏକ ହଣା କଟା ମାମଲାରେ ଅଭିଯୁକ୍ତ ଥିବା ଜିଲ୍ଲାପରିଷଦ ଉପାଧ୍ୟକ୍ଷଙ୍କ ଭାଇ ପ୍ରଦୀପ ସାହୁକୁ ଗିରଫ କରିଥିଲା । ତେବେ ସେହି ସମୟରେ ହଠାତ୍ ୫୦ରୁ ଉର୍ଦ୍ଧ୍ବ ବିଜେଡ଼ି ଲୋକ ପହଞ୍ଚି ପୋଲିସ ଉପରେ ଅତର୍କିତ ଆକ୍ରମଣ କରି ଅଭିଯୁକ୍ତକୁ ଛଡାଇ ନେଇଥିଲେ । ଆକ୍ରମଣରେ ୪ଜଣ ପୋଲିସ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି ।

ଆହତ୍ତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଚିକତ୍ସା ପାଇଁ ଭର୍ତି କରାଯାଇଛି । ଏ ନେଇ ପୋଲିସ୍ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ଓ ଅଭିଯୁକ୍ତ ବିଜେଡ଼ି ଲୋକଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରହିଥିବା ଆନନ୍ଦପୁର ଏସଡିପିଓ ମହେଶ୍ୱର ସେଠୀ ସୂଚନା ଦେଇଛନ୍ତି । ଅପରପକ୍ଷେ ଉତ୍ତେଜନକୁ ଦୃଷ୍ଟିରେ ରଖି ଆଜି ସ୍ଥାନୀୟ ଅଞ୍ଚଳରେ ୩ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.