ଜାମିନ ଖାରଜ ପରେ ଆତ୍ମସମର୍ପଣ, ପୁଣି ଜେଲ୍ ଗଲେ ଶିଳ୍ପପତି ମହିମା ମିଶ୍ର

ପାରାଦୀପ(କେନ୍ଯୁଜ୍) : ସମାଗୋଳ ଜେଲ୍‌ ଫେରିଲେ ଶିଳ୍ପପତି ମହିମା ମିଶ୍ର । ଆଜି ସେ କୁଜଙ୍ଗ ଜେଏମ୍‌ଏଫ୍‌ସି କୋର୍ଟରେ ଆତ୍ମସମର୍ପଣ କରିଥିଲେ । ସୁପ୍ରିମକୋର୍ଟ ଗତକାଲି ଜାମିନ ଖାରଜ କରିବା ପରେ ଆତ୍ମସମର୍ପଣ କରିଛନ୍ତି ମହିମା ମିଶ୍ର । ପୂର୍ବରୁ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ମହିମା ମିଶ୍ରଙ୍କୁ ଜାମିନ ପ୍ରଦାନ ନେଇ ଓଡିଶା ହାଇକୋର୍ଟ ଦେଇଥିବା ରାୟକୁ ଓଡିଶା ସରକାର ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ । ସୁପ୍ରିମକୋର୍ଟର ଜଷ୍ଟିସ ଏଲ୍‌. ନାଗେଶ୍ୱର ରାଓ ଓ ଜଷ୍ଟିସ ଏସ୍‌. ମୋହନଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଓଡିଶା ହାଇକୋର୍ଟଙ୍କ ରାୟକୁ ଗତକାଲି ଖାରଜ କରିଦେଇଥିଲେ । ଜାମିନ ମିଳିଲେ, ମହିମା ମିଶ୍ର ସାକ୍ଷୀଙ୍କୁ ପ୍ରଭାବିତ କରିବେ ବୋଲି କୋର୍ଟଙ୍କୁ ଅବଗତ କରାଇଥିଲେ ଓଡ଼ିଶା ସରକାର ।

mahima 2ସୂଚନା ଅନୁଯାୟୀ କଟକ ପ୍ରେସ ଛକରେ ଓକିଲ ଅଭୟ ଭଟ୍ଟଙ୍କ ଉପରକୁ ବୋମା ମାଡ ମାମଲାରେ ମହିମା ମିଶ୍ରଙ୍କୁ ହାଇକୋର୍ଟ ଦୁଇ ଜାମିନଦାରଙ୍କ ସହାୟତାରେ ଏକ ଲକ୍ଷ ଟଙ୍କା ଲେଖାଏଁ ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ । ସେହିପରି ୨୦୧୬ ଅକ୍ଟୋବର ୨୬ ତାରିଖରେ ପାରଦୀପରେ ସିୱେଜ ସିପିଂ କଂପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ମଧ୍ୟ ମହିମାଙ୍କୁ ଜାମିନ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.