ଟ୍ରିପଲ୍‌ ତଲାକ୍‌ ଅଧ୍ୟାଦେଶକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ

ଦିଲ୍ଲୀ(କେନ୍ଯୁଜ୍) : ଟ୍ରିପଲ୍‌ ତଲାକ୍‌ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ।  ସଂଶୋଧିତ ଅଧ୍ୟାଦେଶକୁ ଆଜି ଅନୁମୋଦନ ମିଳିଛି । ପାର୍ଲାମେଣ୍ଟର ଗତ ମୌସମୀ ଅଧିବେଶନରେ ମୁସଲିମ୍‌ ମହିଳା ବିବାହ ସୁରକ୍ଷା ଅଧିକାର ବିଲ ୨୦୧୭ ଲୋକସଭାର ଅନୁମୋଦନ ପାଇ ସାରିଥିଲା । ତେବେ ଟ୍ରିପଲ୍‌ ତଲାକ୍‌ ବିଲ୍‌ ଅଟକିଥିଲା ରାଜ୍ୟସଭାରେ । କଂଗ୍ରେସ ସମେତ କିଛି ବିରୋଧୀ ବିଲ୍‌ରେ ଟ୍ରିପଲ ତଲାକ୍‌କୁ ଅପରାଧୀ ଶ୍ରେଣୀଭୁକ୍ତ କରିବାକୁ ବିରୋଧ କରିଥିଲେ । ଏହାପରେ ସଂଶୋଧନ ଆଣିଥିଲେ କେନ୍ଦ୍ର ସରକାର । ତେବେ ରାଜ୍ୟସଭାରେ ସହମତି ହୋଇ ନପାରିବାରୁ ଅଟକି ଯାଇଥିଲା ବିଲ୍‌ । ମୁସ୍‌ଲିମ ସଂପ୍ରଦାୟରେ ପ୍ରଚଳିତ ଟ୍ରିପଲ ତଲାକକୁ ଅପରାଧିକ ମାମଲାରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି । ବିଲ୍‌ ଅନୁଯାୟୀ, ତିନିଥର ତଲାକ୍‌ କହି ମହିଳାଙ୍କୁ ଛାଡପତ୍ର ଦେଉଥିବା ମୁସଲିମ୍‌ ପୁରୁଷଙ୍କୁ ଜାମିନ ବିହିନ ଗିରଫ କରାଯିବା ସହ ତିନି ବର୍ଷ ଜେଲ୍‌ ଦଣ୍ଡ ମିଳିବ।

tin talaq2ଏହି ବିଲ୍‌ରେ ଜାମିନ ବ୍ୟବସ୍ଥା କରିବାକୁ ଚାପ ପଡିବାରୁ କେନ୍ଦ୍ର କ୍ୟାବିନେଟ ବିଲ୍‌ରେ ତିନିଟି ସଂଶୋଧନ ଆଣିଛନ୍ତି। ପ୍ରଥମଟି ହେଲା ଟ୍ରିପଲ୍‌ ତଲାକ ଦେଉଥିବା ପୁରୁଷଙ୍କ ବିରୋଧରେ କେବଳ ସଂପୃକ୍ତ ମହିଳା କିମ୍ବା ତାଙ୍କର କୌଣସି ସଂପର୍କୀୟ ପୋଲିସ୍‌ରେ କେସ୍‌ କରିପାରିବେ । ତଲାକ୍‌ ପରେ ଯଦି ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ବିବାଦ ତୁଟିଯାଏ, ସଂପୃକ୍ତ ମହିଳା ମାମଲା ପ୍ରତ୍ୟାହାର କରିପାରିବେ । ଏହାସହ ତାଲକ୍‌ ଦେଇଥିବା ପୁରୁଷଙ୍କୁ ପୋଲିସ ଜାମିନ ଦେଇପାରିବ ନାହଁ । କେବଳ ମାଜିଷ୍ଟ୍ରେଟ ହିଁ ଜାମିନ ଦେଇପାରିବେ । ଗତବର୍ଷ ଅଗଷ୍ଟ ମାସରେ ତତ୍କାଳ ଟ୍ରିପଲ୍‌ ତଲାକ୍‌କୁ ଆଇନ ବିରୋଧୀ ଓ ଅସାମ୍ବିଧାନିକ ବୋଲି କହିଥିଲେ ସୁପ୍ରିମକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.