ଲକ୍‌ଡାଉନରେ ବି ସକ୍ରିୟ ଲୁଟେରା: ମହିଳାଙ୍କୁ ଛୁରୀ ମାରି ଲୁଟ୍‌ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଭୁବନେଶ୍ବର: ଲକ୍‌ଡାଉନ୍‌ ଭିତରେ ସକ୍ରିୟ ଲୁଟେରା। ଏକୁଟିଆ ଦେଖି ମହିଳାଙ୍କୁ ଛୁରୀ ମାରି ଲୁଟ୍‌ ଉଦ୍ୟମ କରିଥିଲେ। ଭୁବନେଶ୍ୱର ନୟାପଲ୍ଲୀ ଭିଆଇପି ରୋଡ୍‌ରେ ମହିଳା ଜଣଙ୍କ ଦୁର୍ବୃତ୍ତଙ୍କ ଆକ୍ରମଣର ଶୀକାର ହୋଇଛନ୍ତି।

ଆକ୍ରମଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସୂଚନା ଅନୁଯାୟୀ, ମହିଳା ଜଣକ ପରିବା ଆଣିବା ପାଇଁ ଫୁଟପାଥ୍‌ରେ ଚାଲି ଚାଲି ଯାଉଥିବା ସମୟରେ ଦୁର୍ବୃତ୍ତ ଜମକ ପଛପଟୁ ଆସି ତାଙ୍କୁ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା। ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ନୟାପଲ୍ଲୀର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.