Below header

ମନମୋହୁଛି ପୀରଜାହାନିଆ ପୀଠ, ୨୦୧୯ର ସ୍ମୃତିକୁ ମନେ ରଖିବା ପାଇଁ ଓ ବଣଭୋଜିର ମଜା ଉଠାଇବା ପାଇଁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

୨୦୨୦ ନୂତନ ବର୍ଷ ଆରମ୍ଭର ଆଉ ୨୦୧୯ ପୁରୁଣା ବର୍ଷକୁ ବିଦାୟ ଦେବାକୁ ଆରମ୍ଭ ହୋଇଗଲାଣି ପ୍ରତିଯୋଗୀତା । ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ପର୍ଯ୍ୟଟକ ମାନଙ୍କ ଭିଡ ଜମିବାରେ ଲାଗିଛି । ସେଥିପାଇଁ ପୁରୀ ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳ ପିରଜ।ହ।ନିଆ ପୀଠରେ ହଜାର ହଜାର ପର୍ଯ୍ୟଟକ ମାନେ ପହଞ୍ଚି ସପରିବାର ବନ୍ଧୁବାନ୍ଧବ ସାଙ୍ଗସାଥି ସହ ବଣଭୋଜିର ମଜାଉଠାଇବା ସହ ଅସ୍ତରଙ୍ଗ ମନୋରମ ସମୁଦ୍ରରେ ଗାଧୋଇ ପିକନିକର ମଜା ଉଠାଇଛନ୍ତି । ସମୁଦ୍ରକୂଳରେ ପର୍ଯ୍ୟଟକ ମାନେ ସେଲଫି ନେଇ ପୁରୁଣା ବର୍ଷର ସ୍ମୃତିକୂ ସାଇତି ରଖିବାକୁ ପ୍ରତିଯୋଗୀତା ଆରମ୍ଭ ହୋଇଛି । ଆଉ କେଉଁମାନେ ବନ୍ଧୁମିଳନ ମାଧ୍ୟମରେ ଭୋଜିଭାତ କରିବ।ସହ ସପରିବାର ଏକାଠି ହୋଇ ପରସ୍ପର ମଧ୍ୟରେ ଖୁସି ବାଣ୍ଟିଛନ୍ତି ।

୨୦୧୯ ବର୍ଷ ବିଦାୟ ନେବାକୁ ଆଉ ମାତ୍ର କେତୋଟି ଘଣ୍ଟା ବାକିରହିଛି ଆଉ ଆଗକୁ ଆସୁଛି ୨୦୨୦ ନୂତନ ବର୍ଷ । ୨୦୨୦ ନୂତନ ପହିଲି ସୂର୍ଯ୍ୟ କିରଣ ଧାରା ପୃଷ୍ଟରେ ପଡିବା ପୂର୍ବରୁ ଆରମ୍ଭ ହୋଇଗଲାଣି ଆଗୁଆ ଅଭିନନ୍ଦନ, ବଣଭୋଜି ଆଉ ମସ୍ତି ସହ ନାଚଗୀତ ।ଏମିତି ଏକ ଖୁସିର ମାହୋଲ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ଅସ୍ତରଙ୍ଗ ସମୁଦ୍ରକୂଳରେ ଥିବା ପୀରଯାହାନିଆ ପର୍ଯ୍ୟଟନସ୍ଥଳରେ । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସି ବଣଭୋଜି କରିବାସହ ଅସ୍ତରଙ୍ଗ ସମୁଦ୍ରର ମନୋରମ ଦୃଶ୍ୟକୁ ଉପଭୋଗ କରୁଛନ୍ତି । ଆଉ ପୁରୁଣା ବର୍ଷକୁ ବିଦାୟ ଆଉ ନୂତନ ବର୍ଷକୁ ସ୍ଵାଗତ କରିବାପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ସପରିବାର ସାଙ୍ଗସାଥି ବନ୍ଧୁବାନ୍ଧବ ସହ ପିରଜ।ହ।ନିଆ ପର୍ଯ୍ୟଟନସ୍ଥଳୀରେ ଏକାଠିହୋଇଛନ୍ତି ।

ବିଶେଷକରି ପିରଜ।ହ।ନିଆ ପୀଠରେ ନୂତନ ବର୍ଷକୁ ସ୍ଵାଗତ କରିବାପାଇଁ ଏଠାରେ ପର୍ଯ୍ୟଟକ ମାନେ ପୁରା ମସ୍ତି କରିଛନ୍ତି । ବହୁ ସଂଖ୍ୟାରେ ପର୍ଯ୍ୟଟକ ପୀରବାବାଙ୍କୁ ଦର୍ଶନ କରିଥିଲେ ଆଉ ବଣଭୋଜିସ୍ଥଳରେ ବିଭିର୍ଣ ପ୍ରକାର ସୁସ୍ଵାଦୁ ଖାଦ୍ୟ ତିଆରିକରି ସପରିବାର ମିଶି ଖାଇଥିଲେ। ପୁରୁଣା ବର୍ଷକୁ ବିଦାୟ ଓ ନୂତନ ବର୍ଷ ୨୦୨୦କୁ ସ୍ଵାଗତ କରିବାପାଇଁ ପର୍ଯ୍ୟଟକମାନେ ଫୁଲ ନାଚଗୀତାରେ ଝୁମୀଉଠିଥିଲେ । ଆଉ ପରସ୍ପର ମଧ୍ୟରେ ଆଗାମୀ ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧିର ବର୍ଷ ହେଉ ବାର୍ତ୍ତା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.