Below header

ଘଟଗାଁ: ନିଆଁ ପୁଇଁବା ହେଲା କାଳ, ପୋଡି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ଘଟଗାଁ(କେନ୍ୟୁଜ୍): ନିଆଁ ପୁଇଁବା ବେଳେ ପୋଡି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭୋକ ଗ୍ରାମରେ । ମୃତକ ହେଲେ ଭୋକା ଗ୍ରାମର ଟୁକୁନା ମୁଣ୍ଡାଙ୍କ ପତ୍ନୀ ରାଇମଣୀ ମୁଣ୍ଡା(୨୩) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ ରାଇମଣୀ ଘର ନିକଟରେ ନିଆଁ ପୁଇଁବା ସମୟରେ ଅସାବଧାନତା ଯୋଗୁଁ ହଠାତ ଦେହରେ ନିଆଁ ଲାଗିଯାଥିଲା ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସ୍ଥାନୀୟ ପୋଲିସର ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚି ଶବକୁ ଜବତ କରି ତଦନ୍ତ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.