ସଲମାନଙ୍କୁ ଜନ୍ମଦିନର ଉପହାର ଦେବାକୁ ଫ୍ୟାନ୍‌ କଲେ ଏମିତି କାମ, ଯାହା କେହି କେବେ ଚିନ୍ତା ବି କରିନଥିବେ

ସେଲିବ୍ରିଟିଙ୍କ ପାଇଁ ଫ୍ୟାନ୍‌ମାନେ କିଛି ବି କରିବାକୁ ପ୍ରସ୍ତୁତ ଥା’ନ୍ତି। ନିଜ ପ୍ରିୟ ଅଭିନେତା ବା ଅଭିନେତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଫ୍ୟାନ୍‌ମାନେ ବେଳେ ବେଳେ ଏମିତି କିଛି କାରିନାମା କରିବସନ୍ତି ଯାହା ତାଙ୍କୁ ସମସ୍ତଙ୍କଠାରୁ ଭିନ୍ନ ଦର୍ଶାଇଥାଏ। କିଏ ନିଜ ପ୍ରିୟ ଆକ୍ଟରଙ୍କ ନାଁକୁ ଦେହରେ ଲେଖେ ତ ଆଉ କିଏ ତାଙ୍କ ଭିନ୍ନ ଭିନ୍ନ ଫଟୋ କଲେକ୍ଟ କରି ଭଲ ପାଇବା ଦର୍ଶାଏ। କିନ୍ତୁ ବର୍ତ୍ତମାନ ଜଣେ ଏମିତି ଫ୍ୟାନ୍‌ ଲୋକଲୋଚନକୁ ଆସିଛନ୍ତି ଯିଏ ସମସ୍ତଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛି ବଲିଉଡ୍‌ର ଭାଇଜାନ୍‌ ବା ସଲମାନ୍‌ ଖାନ୍‌ଙ୍କ ଫ୍ୟାନ୍‌।

ଜବଲପୁର ବାସିନ୍ଦା ସମୀର ନାମକ ଏହି ଯୁବକ ସଲମାନ୍‌ଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଏମିତି ଉପହାର ଦେଇଛନ୍ତି ଯାହା କେହି କେବେ ଚିନ୍ତା ବି କରିନଥିବେ। ସମୀର ସଲ୍‌ମାନଙ୍କୁ ଏତେ ଭଲ ପାଆନ୍ତି ଯେ ତାଙ୍କ ଜନ୍ମଦିନରେ ନିଜ ଆଖିପତାରେ ସଲମାନଙ୍କ ଟାଟୁ କରିବାକୁ ମନସ୍ଥ କରିଥିଲେ। ଏଥିପାଇଁ ସେ ଏକ ଟାଟୁ ଆର୍ଟିଷ୍ଟ ପାଖକୁ ମଧ୍ୟ ଯାଇଥିଲେ। ଟାଟୁ ଆର୍ଟିଷ୍ଟ ତାଙ୍କୁ ଏହା ବିପଦଜନକ କହିଥିଲେ ମଧ୍ୟ ସମୀର ନିଜ ଜିଦ୍‌ରେ ଅଟଳ ରହିଥିଲେ। ଏଥିପାଇଁ ଆର୍ଟିଷ୍ଟ ତାଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାକୁ ମଧ୍ୟ କହିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ସମୀର ଆଖିରେ ସଲମାନ୍‌ଙ୍କ ନାଁର ଟାଟୁ କରିଥିଲେ।

ଟାଟୁ ଆର୍ଟିଷ୍ଟଙ୍କ କହିବାନୁଯାୟୀ ଦେଶରେ ସମୀର ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ଆଖିପତାରେ ଟାଟୁ କରିଛନ୍ତି। ଆଖିପତା ବହୁତ ସେନ୍‌ସେଟିଭ୍‌ ହୋଇଥିବାରୁ ସେଠ।ରେ ଟାଟୁ କରିବା ବେଳେ ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ଅଧିକ ଚାପ ପଡ଼ିଲେ ଆଖି ନଷ୍ଟ ହୋଇଯିବା ସମ୍ଭାବନା ଥିବାରୁ ତାଙ୍କୁ ଏ କାମ ଖୁବ୍‌ ସତର୍କତାର ସହ କରିବାକୁ ପଡ଼ିଥିଲା ବୋଲି କହିଛନ୍ତି ଆର୍ଟିଷ୍ଟ। ୨୦ ମିନିଟ୍‌ର ପରିଶ୍ରମ ପରେ ଏହି ଟାଟୁ ସମ୍ପୂର୍ଣ୍ଣ ହୋଇଥିଲା। ତେବେ ସମୀର ମୁମ୍ବାଇ ଯାଇ ସଲମାନଙ୍କୁ ଏହି ଟାଟୁ ଦେଖାଇବାକୁ ଚାହିଁଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.