ଅଗଷ୍ଟ ୧୫ ପାଇଁ ପରେଡ୍ ବେଳେ ଅଘଟଣ

ରାଉରକେଲା : ଅଗଷ୍ଟ ୧୫ ପାଇଁ ପରେଡ୍ ରିହରସାଲ ବେଳେ ଅଘଟଣ ଘଟିଛି। ପରେଡ ଅଭ୍ୟାସ ବେଳେ ୫ ଜଣ ଛାତ୍ରୀ ଅଚେତ ହୋଇପଡ଼ିଥିଲେ । ରାଉରକେଲା ଏମଜିଏମ୍ ସ୍କୁଲରେ ଏହି ଅଘଟଣ ଘଟିଛି। ଏମାନଙ୍କ ମଧ୍ୟରୁ ୪ ଜଣ ସିଡବ୍ଲୁଏସ୍ ଏବଂ ଜଣେ ଆଇଜିଏଚ୍ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ଛାତ୍ରୀମାନଙ୍କ ଅବସ୍ଥା ସ୍ୱାଭାବିକ ରହିଛି । ସକାଳ ୮ଟାରୁ ସାଢେ ୧୨ଟା ପଯ୍ୟର୍ନ୍ତ ପ୍ରବଳ ଖରାରେ ପ୍ୟାରେଡ କରୁଥିବା ଯୋଗୁ ଏଭଳି ଘଟିଥିବା ସୂଚନା ମିଳିଛି।