Below header

ଚିତାଲାଗି ଅମାବାସ୍ୟାରେ ଅଲାରନାଥଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ବ୍ରହ୍ମଗିରି (କେନ୍ୟୁଜ୍‌) : ପବିତ୍ର ଚିତାଲାଗି ଅମାବାସ୍ୟା ଅବସରରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଶ୍ରୀଅଲାରନାଥଙ୍କ ପୀଠରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ମହାପ୍ରଭୁଙ୍କୁ ସୁବର୍ଣ୍ଣ ଚିତାଲାଗି ହୋଇଛି । ଭୋର ୪ଟାରେ ମନ୍ଦିର ଖୋଲିବା ପରେ ମଙ୍ଗଳ ଆଳତି, ଅବାକାଶ, ବେଶ, ଚନ୍ଦନ ଓ ତୁଳସୀ ଲାଗି ହୋଇଥିଲା । ସକାଳ ଧୂପ, ଦ୍ୱିପହର ଧୂପ ଉଠିବା ପରେ ସ୍ୱତନ୍ତ୍ର ଧୂପ ଉଠିଛି । ସୂପକାର ସେବାୟତଙ୍କ ଦ୍ୱାରା ପ୍ରସ୍ତୁତ ଚାଉଳ, କ୍ଷୀର, ଛେନା ଓ ସର ମିଶ୍ରିତ ଚିତଉ ପିଠା ଅମୋଣିହା ହୋଇଛି । ଏହି ଅବସରରେ ଅଲାରନାଥଙ୍କ ପୀଠରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା । ରାତି ୧୧ଟାରେ ବଡସିଂହାର ଉଠି ପହଡ଼ ନୀତି ବଢ଼ବାକୁ ନୀତି ନିର୍ଘଣ୍ଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.