ବିଦେଶୀ ପେଲିକାନ୍ ପକ୍ଷୀ ଉଦ୍ଧାର

ବ୍ରହ୍ମପୁର (କେନ୍ୟୁଜ୍) : ବ୍ରହ୍ମପୁର ସହରର ହରଡ଼ାଖଣ୍ଡି ଲକ୍ଷ୍ମୀବିହାରର ଏକ ମୋବାଲ ଟାଓ୍ଵାରରୁ ଗୋଟିଏ ବିଦେଶୀ ପେଲିକାନ ପକ୍ଷୀ ଉଦ୍ଧାର ହୋଇଛି । ଏହି ପକ୍ଷୀକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗ ଓ ବନ ବିଭାଗ କର୍ମଚାରୀ । ପକ୍ଷୀର ଡେଣାରେ ଆଘାତ ଲାଗିଥିବାରୁ ତାର ଚିକିତ୍ସା କରି ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ସୁସ୍ଥ ହେବା ପରେ ପକ୍ଷୀଟିକୁ ଛଡ଼ାଯିବ ।