ଆଜି ଅଗଷ୍ଟ ଗାଇଡଲାଇନ୍‌, କରୋନା ଟ୍ରେଣ୍ଡ ଓ ବିଭିନ୍ନ ଜିଲ୍ଲାରେ ସ୍ଥିତିକୁ ନେଇ ଲାଗୁ ରହିବ ନିୟମ

ଭୁବନେଶ୍ବର(କେନ୍ଯୁଜ୍): ଅଗଷ୍ଟ ୧ରୁ ସମ୍ପୂର୍ଣ୍ଣ ଅନଲକ୍‌ ହେବନି ଓଡ଼ିଶା । ପର୍ଯ୍ୟାୟକ୍ରମେ ରାଜ୍ୟ ସରକାର ଅନଲକ୍‌କୁ ଯିବେ । ବର୍ତ୍ତମାନର କରୋନା ଟ୍ରେଣ୍ଡ ଓ ବିଭିନ୍ନ ଜିଲ୍ଲାରେ ସ୍ଥିତିରୁ ଏମିତି ଆଭାସ ମିଳୁଛି । ଜୁଲାଇ ୧ରେ ରାଜ୍ୟରୁ ଚିହ୍ନଟ ହୋଇଥିଲେ ୩ହଜାର ୮୭ ପଜିଟିଭ୍‌ । ଏବେ ଏହି ସଂଖ୍ୟା ୧୫ଶହ ୫୮ ରହିଛି । ଅର୍ଥାତ୍‌ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଛି ଅଧା ।

ସେହିପରି ଗତ ୨୪ ଘଣ୍ଟାରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କାଟାଗୋରୀ Bରେ ଥିବା ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ କେବଳ ୪୭.୩୬ ପ୍ରତିଶତ ପଜିଟିଭ୍‌ ବାହାରିଛନ୍ତି । ସେହିପରି ଖୋର୍ଦ୍ଧା ଆକ୍ଟିଭ୍‌ କେସ୍‌ ରେଡ୍‌ ଜୋନରେ ଥିବା ବେଳେ କଟକ ଅଛି ୟେଲୋ ଜୋନରେ । ଏହି ଦୁଇ ଜିଲ୍ଲାରେ ଅଗଷ୍ଟ ୧ପରେ କଟକଣା କୋହଳ ହୋଇ ନପାରେ । ଏବେ ପଜିଟିଭିଟିରେ ଗ୍ରୀନ୍‌ ହୋଇଛି ଓଡ଼ିଶା ।

କାଟାଗୋରୀ Bରେ ଥିବା ୭ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର ଜିଲ୍ଲାରେ ୨ ପ୍ରତିଶତ ଉପରେ ରହିଛି ପଜିଟିଭିଟି ରେଟ୍‌ । ତେଣୁ ସଂକ୍ରମଣ ହାର ଅଧିକ ଥିବା କାଟାଗୋରୀ Bର କିଛି ଜିଲ୍ଲାରେ କଟକଣା ବଳବତ୍ତର ରହିପାରେ । କାଟାଗୋରୀ B ଜିଲ୍ଲାରେ ସାମାନ୍ୟ କୋହଳ ସହ ଜାରି ରହିପାରେ ଆଂଶିକ ଲକଡାଉନ୍‌ । ଦୋକାନ ବଜାର ଖୋଲିବା ସମୟ ରାତି ୮ଟାକୁ ବଢ଼ିପାରେ । ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍‌ ଓ ନାଇଟ କର୍ଫୁ ପୂର୍ବଭଳି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.