ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ଅଟୋ

ଭଦ୍ରକ(କେ ନ୍ୟୁଜ ); ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ଅଟୋ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଚୁଡାକୁଟି ରାସ୍ତାରେ । ଧାମନଗରକୁ ଯାଇଥିବା ରାସ୍ତା ମଝିରେ ଜଳିଗଲା କାର । ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର । ମିଳିଥିବା ସୂଚନା ଅନୁଯାୟୀ ଅଟୋଟି ୧୦୦୦ ଲିଟର କିରୋସିନ ତେଲ ନେଇ ଧାମନଗରରୁ କଲ୍ୟାଣୀ ଅଭିମୁଖେ ଯାଉଥିବା ବେଳେ ହଠାତ ଏହି ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଏହା ଦେଖି ସ୍ଥାନୀୟ ଲୋକ ତୁରନ୍ତ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଧାମନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ କେଉଁ କାରଣ ରୁ ଗାଡ଼ିରେ ଅଗ୍ନିକାଣ୍ଡ ଘଟିଲା ତାହା ଏଯାବତ ଅସ୍ପଷ୍ଟ ରହିଛି । ଏମିତି ଘଟଣାମାନ କିଛି ଦିନ ହେବ ରାଜ୍ୟରେ ବାରମ୍ବାର ଘଟୁଛି । ଜନସାଧାରଣଙ୍କ ଭୁଲ ଯୋଗୁଁ ହେଉ ଅବା ଅନ୍ୟ କୌଣସି କାରଣରୁ ହେଉ ଏଭଳି ଘଟଣା ବାରମ୍ବାର ଘଟିବା ନିଶ୍ଚିତ ରୂପେ ଚିନ୍ତାର ବିଷୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.