Below header

ବରିଷ୍ଠ ନାଗରିକଙ୍କ ପାଇଁ ବିଏମସିର ଚିନ୍ତା, ପ୍ରତି ଜୋନରେ ଗଠନ କରାଗଲା ସଚେତକ କମିଟି

ଭୁବନେଶ୍ୱର: କରୋନା ବେଳେ ବରିଷ୍ଠ ନାଗରିକ ମାନେ କିପରି ସୁରକ୍ଷିତ ରଖାଯିବ ସେ ନେଇ ଚିନ୍ତା କରିଛି ବିଏମସି ।  ବିଏମସି କତ୍ତୃପକ୍ଷଙ୍କ ଅନୁଯାୟୀ ଚିକିତ୍ସା ଠାରୁ ପ୍ରତିକାର ଭଲ । କରୋନାର କଡ଼ା ମୁକାବିଲା ପାଇଁ ଅଣ୍ଟା ଭିଡିଛି ବିଏମସି । ପ୍ରତି ଜୋନରେ ଗଠନ କରାଯାଇଛି କୋଭିଡ ସଚେତକ କମିଟି । ଏହା ଜରିଆରେ ସମସ୍ତ ଅଞ୍ଚଳରେ ରହୁଥିବା ସମସ୍ତ ବରିଷ୍ଠ ନାଗରିକଙ୍କ ତଥ୍ୟ ସଂଗ୍ରହ କରାଯିବ। ଏନେଇ ବିଏମ୍‌ସି ପକ୍ଷରୁ ଏକ ଆପ ପ୍ରସ୍ତୁତ କରାଯାଇଛି ।

ତେବେ ଏହି ସଚେତକ ଆପ କିପରି ବ୍ୟବହାର କରାଯିବ ସେନେଇ ନେଇ ସତ୍ୟନଗରର ୩୪ନଂ ୱାର୍ଡର ପାର୍କରେ ବିଏମସି ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସଚେତନ କରାଯାଇଛି । ଆଗକୁ ବିଏମସିର ଅନ୍ୟାନ ୱାର୍ଡ ଗୁଡିକରେ ବି ବରିଷ୍ଠ ନାଗରିକଙ୍କୁ ନେଇ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ମାନର ଆୟୋଜନ କରାଯିବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.