ପୋଲିସ ଗାଡିରୁ ଚୋରି, କାଚ ଭାଙ୍ଗି ସାଢେ ୫ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା

ବାଲେଶ୍ୱର(କେନ୍ଯୁଜ୍): ଥମୁନି ଲୁଟେରାଙ୍କ ରାଜ୍। ସାଧାରଣ ଜନତାଙ୍କ ସମେତ ପୋଲିସ କର୍ମଚାରୀ ମଧ୍ଯ ହେଉଛନ୍ତି ଲୁଟେରାଙ୍କ ସିକାର। ଏଭଳି ଏକ ଚାଞ୍ଚଲ୍ଯକର ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବଡଖୁରୀ ଗାଁରେ। ରିପୋର୍ଟ ଅନୁଯାୟୀ ବଡଖୁରୀ ଗାଁରେ କନେଷ୍ଟବଳଙ୍କ ଗାଡିର କାଚ ଭାଙ୍ଗି ଟଙ୍କା ଲୁଟି ନେଲେ ଲୁଟେରା।

ସୂଚନା ଯୋଗ୍ଯ ବାଲେଶ୍ୱର ଜିଲ୍ଲା ବଡଖୁରୀ ଗାଁର ଜଣେ କନେଷ୍ଟବଳଙ୍କ କାରର କାଚ ଭାଙ୍ଗି ସାଢେ ୫ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ଘଟଣା ଘଟିଛି ବାଲେଶ୍ୱର ଉତ୍ତରେଶ୍ୱର ନିକଟରେ । ଏନେଇ କନେଷ୍ଟବଳଙ୍କ ପୁଅ ବିଜୟ ମଲ୍ଲିକ ଥାନାରେ ଅଭିଯୋଗ କରିବା ପରେ ସୋର ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.