ଢେଙ୍କାନାଳ: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ସଦର ପୋଲିସ

ଢେଙ୍କାନାଳ(କେନ୍ଯୁଜ୍): ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଢେଙ୍କାନାଳ ସଦର ଥାନା ଅଙ୍କରାନ୍ତିପୁର ଗାଁରୁ ଆସିଛି ଏଭଳି ଅଭିଯୋଗ। ଏହି ଘଟଣାରେ ସଦର ପୋଲିସ ଏକ ମାମଲା ରୁଜୁ କରି ଦୁଇଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗାଁର ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶୃତି ଦେଇ ସେହି ଗାଁର ଶୁଭେନ୍ଦୁ ରାଉତ ସଂପର୍କ ରଖିଆସିଥିଲା। ପରେ ରାକେଶ ବେହେରା ନାମକ ଯୁବକ ଦୁଇଜଣଙ୍କୁ ଭୟଭୀତ କରାଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ନାବାଳିକାଙ୍କ ପରିବାର ଲୋକ ଏହା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ନାବାଳିକା ଓ ଦୁଇ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.