ଯାଜପୁର: ମନରେଗା ଯୋଜନାରେ ରସୁଲପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ସୃଷ୍ଟି କରାଯିବ କାଜୁ ଜଙ୍ଗଲ

ଯାଜପୁର: ଯାଜପୁର ଜିଲ୍ଲାରେ ସୃଷ୍ଟି କରାଯିବ ଅଧିକ ରୁ ଅଧିକ କାଜୁ ଜଙ୍ଗଲ । ମନରେଗା ଯୋଜନାରେ ଯାଜପୁର ରସୁଲପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ସୃଷ୍ଟି କରାଯିବ କାଜୁ ଜଙ୍ଗଲ। ଏନେଇ ପ୍ରଶାସନ ପକ୍ଷରୁ ବ୍ରାହ୍ମଣୀ ନଦୀପଠା ଅଞ୍ଚଳକୁ ଲାଗି ରହିଥିବା ପ୍ରାୟ ୩୫ ଏକର ଜମି ଚିହ୍ନଟ କରାଯାଇଛି । ଜିଲ୍ଲାର ସିଂହାପୁର ପଞ୍ଚାୟତର ୧୫ ଏକର ,ରାଜେନ୍ଦ୍ରପୁର ପଞ୍ଚାୟତରେ ୧୩ ଏକର ଏବଂ ଅତଲାପୁର ପଞ୍ଚାୟତରେ ୭ ଏକର ଜମିରେ ଚାରା ରୋପଣ କରାଯିବ । ବନ ମହୋତ୍ସବ ସପ୍ତାହ ଅବସରରେ ଯାଜପୁର ସାଂସଦ ଓ ବିଧାୟକ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗ୍ରାମର ଅଧିବାସୀଙ୍କୁ ମଧ୍ୟ ସାମିଲ କରାଯିବ । ଜିଲ୍ଲାରେ ଜଙ୍ଗଲ ସଂଖ୍ୟା ଦିନ କୁ ଦିନ କମି ଯାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଖାଲି ଥିବା ସ୍ଥାନରେ ଜଙ୍ଗଲ ସୃଷ୍ଟିର ଏହା ଏକ ସର୍ବୋତ୍ତମ ମାଧ୍ୟମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.