Below header

ଢେଙ୍କାନାଳରେ ଆଜି ଜମିଲା ବାବୁଲା ଦହିବରା ବଜାର, ଦିନକ ପାଇଁ ପଡ଼ିଛି ଷ୍ଟଲ୍‌

ଢେଙ୍କାନାଳ (କେନ୍ୟୁଜ୍‌) : କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍‌ର ତ ବେଶ୍‌ ଖ୍ୟାତି ଅଛି । ତା ଭିତରେ ନାଁ କରି ଯାଇଛି ବାବୁଲା ଦହିବରା । ବାବୁଲା ଦିଲ୍ଲୀ ଠାରେ ଅନୁଷ୍ଠିତ ଜାତୀୟ ଖାଦ୍ୟ ମେଳା ୨୦୧୯ରେ ବହିବରା ଆଳୁଦମ ପାଇଁ ପୁରସ୍କୃତ ହୋଇଛନ୍ତି । ଏହାପରେ ତାଙ୍କର ଖ୍ୟାତି ଆହୁରି ବଢ଼ି ଯାଇଛି । ତେଣୁ ଢେଙ୍କାନାଳ ଦହିବରା ଆଳୁଦମ୍‌ ସଂଘ ପକ୍ଷରୁ ଆଜି ଗୋଟିଏ ଦିନ ପାଇଁ ତାଙ୍କୁ ସହରକୁ ଡକା ଯାଇଥିଲା । ଏଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହା ସହିତ ତାଙ୍କ ହାତର ସ୍ୱାଦ ପାଇବା ପାଇଁ ପ୍ରବଳ ଭିଡ଼ ଲାଗିଛି ଷ୍ଟଲ୍‌ରେ । ବାବୁଲା ଗୋଟିଏ ଦିନ ପାଇଁ ଲୋକମାନଙ୍କ ଅନୁରୋଧ ରକ୍ଷା କରି ଢେଙ୍କାନାଳ ସହରକୁ ବ୍ୟବସାୟ ପାଇଁ ଆସିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.