ନିଜର ୮ ମାସର ଶିଶୁର ବେକ କାଟି ହତ୍ୟା କଲା ମାଆ, ପଣତକାନିରେ ଲୁଚାଇ ରଖିଲା ରାତିସାରା

ଗୋଟେ ମାଆ କଣ ଏମିତି କରିପାରେ। ଏମିତି ଏକ ହୃଦୟ ବିଦାରକ ଏବଂ ଛାତି ଥରା କାମ କେମିତି କରିପାରିଲା ମାଆ। ଆମେ ଆଜି ଯାହା ଆପଣଙ୍କୁ ଜଣାଇବୁ ତାକୁ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ମଧ୍ୟ ପ୍ରଦେଶର ଅଶୋକ ନଗର ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ୮ମାସର ଶିଶୁକୁ କୁରାଢ଼ୀରେ ହାଣି ହତ୍ୟା କରିଛି । ଏହି ଘଟଣା ଚନ୍ଦେରୀ ଥାନା ଅନ୍ତର୍ଗତ ଚୁରାରୀ ଗାଁର ଘଟଣା ।

ସୂଚନା ଅନୁସାରେ ଅଭିଯୁକ୍ତ ମହିଳାର ଜଣଙ୍କ ହଠାତ ତାଙ୍କ ଶିଶୁଟିକୁ ନେଇ ବାହାରକୁ ଚାଲିଯାଇଥିଲେ । ଏହାପରେ ଅଭିଯୁକ୍ତ ମହିଳାଙ୍କର ଭଉଣୀ ବାହାରକୁ ଯାଇ ଯାହା ଦେଖିଲେ ସ୍ତବ୍ଧ ହୋଇଗଲେ। ୮ମାସର ଶିଶୁର ମୃତଦେହ ରାସ୍ତା ଉପରେ ପଡିଥିଲା ଏବଂ ପାଖରେ ଏକ କୁରାଢ଼ୀ ପଡିଥିଲା । ତେବେ ଏହି ଖବରକୁ ପରିବାର ଲୋକେ ଚାପିଦେବାକୁ ଉଦ୍ୟମ କରିଥିଲେ ସୁଦ୍ଧା ଉକ୍ତ ମହିଳାଙ୍କ ପଡୋଶୀ ପୋଲିସକୁ ଖବର ଦେଇଦେଲେ । ଯାହା ପରେ ଅଭିଯୁକ୍ତ ମହିଳାକୁ ଗିରଫ କରିଛି ପୋଲିସ ।

ପୋଲିସ କହିଛି ଯେ, ଗିରଫ ଅଭିଯୁକ୍ତ ମହିଳାଙ୍କର ମାନସିକ ଅବସ୍ଥା ଠିକ ନଥିଲା । ମହିଳାଙ୍କର ଜଣେ ବାବାଙ୍କ ସହିତ ସଂଯୋଗ ଥିଲା ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଘଟଣାସ୍ଥଳରେ କୌଣସି ତନ୍ତ୍ରମନ୍ତ୍ର ସାମଗ୍ରୀ କିମ୍ବା କୌଣସି ବହି ଜବତ କରାଯାଇନାହିଁ । ମହିଳାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା । ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.