ପାଣି ପିଇବା ବେଳେ କାଦୁଅରେ ଗୋଡ ଫଶି ଗଲା ହାତୀ ଛୁଆର ଜୀବନ

ସୁନ୍ଦରଗଡ଼: କାଦୁଅରେ ଫଶି ଗଲା ଜୀବନ। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଓ କୁଆଁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ସାନ ଡାଲାକୁଦର ଗାଁ ନିକଟସ୍ଥ ଏକ ପୋଖରୀ କାଦୁଅରେ ଫଶି ୪ମାସ ମାଇ ଛୁଆ ହାତୀର ମୃତ୍ୟୁ ହୋଇଛି। ୫ଜଣିଆ ହାତୀପଲଙ୍କ ସହ ହାତୀଛୁଆଟି ପାଣି ପିଇବାକୁ ପୋଖରୀକୁ ଆସିଥିଲା ।

ପାଣି ପିଇବା ବେଳେ କାଦୁଅରେ ଗୋଡ ଖସିଯାଇ ହାତୀ ଛୁଆଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଜଙ୍ଗଲ ବିଭାଗ ପକ୍ଷରୁ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣାର ତଦନ୍ତ ଜାରିଥିବା କୁଆଁରମୁଣ୍ଡା ଭାରପ୍ରାପ୍ତ ରେଞ୍ଜ ଅଫିସର ମନୋଜ ଟିଗା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.