ଘୋର କଳିଯୁଗ ! ଏକ ହଜାରରେ ମିଳୁଛି ନବଜାତ ଶିଶୁ

କେନ୍ଦୁଝର(କେନ୍ଯୁଜ୍) : କେନ୍ଦୁଝରରେ ଶିଶୁ ବିକ୍ରି ଅଭିଯୋଗ । ଜଣେ ବିଧବା ମହିଳା ତାଙ୍କ ନବଜାତ ଶିଶୁକୁ ୧ ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ଗୋନାସିକା ଗୁପ୍ତଗଙ୍ଗା ଗାଁରେ । ଅଭିଯୋଗ ଅନୁସାରେ ଏହି ଗାଁର ଜଣେ ବିଧବା ମହିଳା ପିଲା ଜନ୍ମ କରିବା ଚାଇଲ୍‌ଡ ଲାଇନ୍‌କୁ ସୂଚନା ମିଳିଥିଲା ।

ଚାଇଲ୍‌ଡ ଲାଇନ୍‌ ସଦସ୍ୟ ପହଞ୍ଚି ମା ଓ ଶିଶୁଙ୍କୁ ଆଣି ଗତ ୨୧ ତାରିଖରେ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ୨୨ ତାରିଖରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ୧ ହଜାର ଟଙ୍କାରେ ବିକି ଦେଇ ମେଡିକାଲ ଛାଡି ପଳାଇଥିଲେ ସଂପୃକ୍ତ ମହିଳା । ଏହା ଜାଣିବା ପରେ ପୁଣି ଚାଇଲ୍‌ଡ ଲାଇନ୍‌ ସଦସ୍ୟ ମହିଳାଙ୍କ ଘରେ ପହଞ୍ଚି ତାଙ୍କୁ ଆଣିବା ସହ ବିକ୍ରି ହୋଇଥିବା ଶିଶୁଟିକୁ ଉଦ୍ଧାର କରିଛନ୍ତି । ଶିଶୁଟି ଏବେ ମେଡିକାଲରେ ଚିକିତ୍ସାଧୀନ ରହିଛି । ସିଡବ୍ଳୁସିର ନିର୍ଦ୍ଦେଶ ମୁତାବକ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.