ପୁରୀ ମହୋଦଧିରେ ବିସର୍ଜନ ହେଲା ଅଟଳ ବିହାରୀ ବାଜପେୟୀଙ୍କ ଚିତା ଭସ୍ମ : କାଲି ସର୍ବଦଳୀୟ ସ୍ମୃତିଚାରଣ ସଭା

ପୁରୀ (କେନ୍ଯୁଜ୍) : ପୁରୀ ମହୋଦଧିରେ ଲୀନ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତା ଭସ୍ମ । ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ତାଙ୍କର ଅସ୍ଥି ବିସର୍ଜନ ହୋଇଛି । ଏହା ପୂର୍ବରୁ ଅସ୍ଥି କଳସକୁ ଏକ ବିରାଟ ଶୋଭାଯାତ୍ରାରେ ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ପୁରୀ ନିଆଯାଇଥିଲା । ଆସନ୍ତାକାଲି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସର୍ବଦଳୀୟ ସ୍ମୃତିଚାରଣ ସଭା ଅନୁଷ୍ଠିତ ହେବ । ଏଥିପାଇଁ ବିଜେପି ପକ୍ଷରୁ ବିଭିନ୍ନ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଛି।

ଲୋକାରଣ୍ୟ ପାଲଟିଥିଲା ଭୁବନେଶ୍ୱର-ପୁରୀ ରାଜରାସ୍ତା । ସୁସଜ୍ଜିତ ଗାଡ଼ିରେ ଭୁବନେଶ୍ୱର ରାଜ୍ୟ ବିଜେପି କାଯ୍ୟାର୍ଳୟରୁ ପୁରୀ ଅଭିମୁଖେ ବାହାରିଥିଲା ବାଜପେୟୀଙ୍କ ଚିତା ଭସ୍ମ । ନିଜ ପ୍ରିୟ ମଣିଷର ବିସର୍ଜନ ଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଲୋକ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ ।

ନିଶ୍ଚିତ ପଢ଼ନ୍ତୁ : ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

କଳ୍ପନା ଛକ, ପିପିଲି, ସାକ୍ଷୀଗୋପାଳ ଓ ସତ୍ୟବାଦୀ ସମେତ ବିଭିନ୍ନ ସ୍ଥାନରେ ଚିତାଭସ୍ମରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପୁରୀ ଅଠରନଳାରୁ ମହୋଦଧିସକୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା ଅସ୍ଥି କଳସ । ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ କମ୍ପିଥିଲା ମହୋଦଧି । ଆଉ ବାଜପେୟୀଙ୍କ ଚିତା ଭସ୍ମକୁ  ମହୋଦଧିରେ ବିସର୍ଜନ କରାଯାଇଛି ।

ଆଗକୁ ରାଜ୍ୟର ପ୍ରମୁଖ ନଦୀରେ ଚିତା ଭସ୍ମକୁ ବିସର୍ଜନ କରାଯିବ । ଆସନ୍ତାକାଲି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସର୍ବଦଳୀୟ ସ୍ମୃତିଚାରଣ ସଭା ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ଅନ୍ୟ ଦଳର ନେତାଙ୍କୁ ନିମନ୍ତ୍ରଣ କରିବ ବିଜେପି । ବାଜପେୟୀ ଜଣେ ରାଷ୍ଟ୍ରୀୟ ନେତା ହୋଇଥିବାରୁ ଶ୍ରଦ୍ଧାଞ୍ଜଳି କାଯ୍ୟର୍କ୍ରମରେ ଯୋଗ ଦେବାର କିଛି ଅସୁବିଧା ନାହିଁ ବୋଲିି ବିଜେଡି କହିଛି ।

ନିଶ୍ଚିତ ପଢ଼ନ୍ତୁ : ସାବଧାନ୍ , ସୋସିଆଲ୍ ମଡିଆରେ ସେୟାର୍ କରନ୍ତୁ ନାହିଁ ଆଧାର ନମ୍ବର

ଗତ ୧୬ ତାରିଖରେ ବାଜପେୟୀଙ୍କ ଦେହାନ୍ତ ହୋଇଥିଲା । ଏହାପରେ ୧୯ ତାରିଖରେ ହରିଦ୍ୱାର ଗଙ୍ଗାନଦୀରେ ବିସର୍ଜନ ହୋଇଥିଲା ଚିତାଭସ୍ମ । ଦେଶର ୧୦୦ଟି ପବିତ୍ର ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯାଉଛି ।

Leave A Reply

Your email address will not be published.