ଏକାସାଙ୍ଗେ  ହେବ ନାହିଁ ଲୋକସଭା ଓ ସବୁ ରାଜ୍ୟର ବିଧାନସଭାର ନିର୍ବାଚନ

ଭୁବନେଶ୍ବର(କେନ୍ଯୁଜ୍) : ଏକା ସଙ୍ଗରେ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନର କୌଣସି ସମ୍ଭାବନା ନାହିଁ। ଏହା କହି ସବୁ ଚର୍ଚ୍ଚାର ଅବସାନ କରିଛନ୍ତି, ମୁଖ୍ୟ ନିର୍ବାଚନ କମିଶନର ଓ.ପି.ରାୱତ। ଯେତେ ପର୍ଯ୍ୟନ୍ତ ଏକ ଆଇନଗତ ଢାଞ୍ଚା ତିଆରି ନ ହୋଇଛି, ସେ ଯାଏ ଏକ ସଙ୍ଗେ ନିର୍ବାଚନର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।

ଆଜି ଔରଙ୍ଗାବାଦ୍‌ରେ ଗଣମାଧ୍ୟମ ଆଗରେ ଏକଥା କହିଛନ୍ତି ଓ ପି ରାୱତ। ଆସନ୍ତା ବର୍ଷ ଏପ୍ରିଲ-ମେ ମାସରେ ସାଧାରଣ ନିର୍ବାଚନ ରହିଛି। ଏହାସହ ଚଳିତ  ବର୍ଷ ଶେଷ ଆଡକୁ ରହିଛି, ଛତିଶଗଡ଼,  ରାଜସ୍ଥାନ ଓ ଛତିଶଗଡ଼ର ନିର୍ବାଚନ। କିଛି ଦିନ ପୂର୍ବରୁ ଏକକାଳୀନ ନିର୍ବାଚନକୁ ମଧ୍ୟ ନାସ୍ତିବାଣୀ ଶୁଣାଇଥିଲେ ନିର୍ବାଚନ କମିଶନ ।

ବର୍ତ୍ତମାନ ଏକକାଳୀନ ନିର୍ବାଚନ ସମ୍ଭବ ନୁହେଁ ବୋଲି କହିଥିଲେ ମୁଖ୍ୟ ନିର୍ବାଚନ କମିଶନର ଓ.ପି ରାଓ୍ଵତ । ଏଥିପାଇଁ ସମ୍ବିଧାନ ସଂଶୋଧନର ଆବଶ୍ୟକତା ରହିଛି । ସମ୍ବିଧାନ ସଂଶୋଧନ ନହେଲେ ବିଧାନସଭା ଅବଧିକୁ କାଣ୍ଟଛାଣ୍ଟ କରାଯାଇପାରିବ ନାହିଁ କିମ୍ବା ରାଷ୍ଟ୍ରପତି ଶାସନ ଲାଗୁ କରାଯାଇ ପାରିବ ନାହିଁ । ତେଣୁ ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ସହ ବିଧାନସଭା ନିର୍ବାଚନକୁ ଏକକାଳୀନ କରିବା ସମ୍ଭବ ନୁହେଁ ବୋଲି ସେ କହିଥିଲେ।

 

Leave A Reply

Your email address will not be published.