Below header

ମିଲରଙ୍କ ପାଇଁ ହଟହଟା ଚାଷୀ, ଖୋଲା ଆକାଶ ତଳେ ମଣ୍ଡିରେ ପଡିରହିଛି ଗଦା ଗଦା ଧାନବସ୍ତା

ଭଦ୍ରକ(କେ ନ୍ୟୁଜ):  ମଣ୍ଡିରୁ ଉଠୁନି ଧାନ। ଖୋଲା ଆକାଶ ତଳେ ମଣ୍ଡିରେ ପଡିରହିଛି ଗଦା ଗଦା ଧାନବସ୍ତା। ମିଲରଙ୍କ ପାଇଁ ହଟହଟା ହେଉଛନ୍ତି ଚାଷୀ। ଧାନ ବିକ୍ରି ପାଇଁ ମିଲର ସହଯୋଗ କରୁନଥିବା ନେଇ ଅଭିଯୋଗ ଆସିଛି । ଯେତିକି ଚାଷୀ ଟୋକନ୍‌ ପାଇଛନ୍ତି ସେହି ପରିମାଣରେ ମିଲର ଗାଡ଼ି ପଠାଉନାହିଁ। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବାମନବିନ୍ଧା ମଣ୍ଡିର ଦୃଶ୍ୟ। କୁଇଣ୍ଟାଲ କୁଇଣ୍ଟାଲ ଧାନବସ୍ତା ପଡିରହିଛି । କାହାର ୧୫ ଦିନ ହେଲାଣି ତ,

ଆଉ କାହାର ୧୨ ଦିନ ହେବ ପଡିରହିଛି ଧାନବସ୍ତା । ଟୋକନ୍‌ ପାଇଥିବା ଶତାଧିକ ଚାଷୀଙ୍କ ଧାନ ମଣ୍ଡିରେ ପଡିରହିଥିବା ବେଳେ, ଆହୁରି ଅନେକ ଚାଷୀ ଟୋକନ୍‌ ଧରି ଧାନ ଦେବାକୁ ଅନାଇ ବସିଛନ୍ତି । ଖରା, କାକର ଖାଇ ଧାନ ନଷ୍ଟ ହେଉଛି। ହେଲେ ସୋସାଇଟି ଚାଷୀଙ୍କ ଧାନ ନେଉନଥିବା ଅଭିଯୋଗ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.