ଶୀତଦିନିଆ ଯତ୍ନ: ଶିଶୁଙ୍କ ତ୍ୱଚାକୁ ମୁଲାୟମ ରଖିବା ପାଇଁ ପିଆନ୍ତୁ ନଖଉଷୁମ ଗରମ ପାଣି, ଏହାସହିତ ଜାଣି ରଖନ୍ତୁ ଆଉ କେତେକ ଟିପ୍ସ

ଶିଶୁଙ୍କ ତ୍ୱଚା ବହୁତ କୋମଳ ଏବଂ ସେନ୍ସିଟିଭ ହୋଇଥାଏ। ବଡ଼ ଲୋକଙ୍କ ଅପେକ୍ଷା ୫ ଗୁଣା ଅଧିକ ମୁଲାୟମ ହୋଇଥାଏ ସେମାନଙ୍କ ସ୍କିନ୍‌। ତଥାପି ଶୀତଦିନେ ଶିଶୁଙ୍କ ତ୍ୱଚାକୁ ଡ୍ରାଏନେସ୍‌ରୁ ରକ୍ଷା କରିବା ପାଇଁ ଠିକ୍‌ ଭାବେ ଦେଖାଶୁଣା କରିବା ଉଚିତ। ଆଜି ଆମେ ଆପଣଙ୍କୁ ଏହା ସମ୍ବନ୍ଧିତ କିଛି ଟିପ୍ସ ଦେବାକୁ ଯାଉଛୁ।

୧. ଶୀତଦିନେ ପିଲାଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଗାଧୋଇ ଦିଅନ୍ତୁ ନାହିଁ, ବରଂ ଶୀଘ୍ର ଶୀଘ୍ର ଗାଧୋଇ ଦିଅନ୍ତୁ। ସ୍ପେଶାଲ ଦିନମାନଙ୍କରେ ବବଲ୍‌ ବାଥ୍‌ ଦେଇପାରିବେ। ଏହିଦିନେ ଆପଣ ନଖଉଷୁମ ପାଣିରେ ଶିଶୁକୁ ଗାଧୋଇ ଦିଅନ୍ତୁ।

୨. ପିଏଚ୍‌ ବାଲାନ୍ସରେ ଭରପୂର ଥିବା ସାବୁନରେ ଶିଶୁଙ୍କୁ ଗାଧୋଇ ଦିଅନ୍ତୁ। ଏହାଦ୍ୱାରା ଶିଶୁର ତ୍ୱଚାରେ କୋମଳତା ବଜାୟ ରହିବ। ଯଦି ଆପଣ ଖାରଯୁକ୍ତ ପାଣି ଥିବା ଏରିଆରେ ରହୁଛନ୍ତି, ତା’ହେଲେ ଏଥିରେ ଗୋଧାଇ ଦେବା ଦ୍ୱାରା ଶିଶୁର ତ୍ୱଚା ଶୁଷ୍କ ହୋଇଯାଇପାରେ।

୩. ଶୀତଦିନେ ଶିଶୁଙ୍କ ଶରୀରରେ ଲାଲ୍‌ ଚିହ୍ନ, କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ବେବି ଲୋଶନ ଲଗାଇବାକୁ ଭୁଲନ୍ତୁ ନାହିଁ।

୪. ଉଲେନ୍‌ କପଡ଼ାରେ ଶିଶୁଙ୍କ ଶରୀରରେ କୁଣ୍ଡାଇ ହେବା, ଦାଗ ପଡ଼ିଯିବା, ଏକ୍‌ଜିମା ହେବାର ଆଶଙ୍କା ରହିଥାଏ। ଏଥିପାଇଁ ଯେତେ ସମ୍ଭବ ସିନ୍ଥେଟିକ୍‌ ବଦଳରେ ନ୍ୟାଚୁରାଲ ଫ୍ୟାବ୍ରିକ୍‌ ଚୟନ କରନ୍ତୁ। ଏହାଦ୍ୱାରା ଶିଶୁ ଖୋଲିକି ନିଃଶ୍ୱାସ ନେଇପାରିବ ଏବଂ ଝାଳ ମଧ୍ୟ ବାହାରିବ ନାହିଁ।

୫. ଶିଶୁର ତ୍ୱଚାରେ କୋମଳତା ବଜାୟ ରଖିବା ପାଇଁ ତାକୁ ଗରମ ପାଣି ପିଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.