Below header

ରେଳ ଟ୍ରାଜେଡି ପରେ ବାହାନଗା ବଜାର ଷ୍ଟେସନ ସିଲ୍: ସିବିଆଇ ପକ୍ଷରୁ ଅନୁମତି ନ ମିଳିବା ପର୍ଯ୍ୟନ୍ତ ରହିବନି କୌଣସି ଟ୍ରେନ

ବାଲେଶ୍ଵର ବାହାନଗା ରେଳ ଟ୍ରାଜେଡି। ଦୁର୍ଘଟଣା ପରେ ବାହାନଗା ବଜାର ଷ୍ଟେସନ ସିଲ୍। ସିବିଆଇର ତନାଘନା ଜାରି ରହିଛି । ଧିକ ତଦନ୍ତ ପାଇଁ ବାହାନଗା ବଜାର ଷ୍ଟେସନ ସିଲ୍ ସହ ସାଇଣ୍ଟିଫିକ୍ ଟିମ୍ ଦ୍ଵାରା ବହୁ ନମୁନା ଜବତ ହୋଇଛି।ସିବିଆଇ ପକ୍ଷରୁ ନ ଅନୁମତି ମିଳିଲା ପର୍ଯ୍ୟନ୍ତ ଷ୍ଟେସନରେ କୌଣସି ଟ୍ରେନ ରହିବ ନାହିଁ ବୋଲି କୁହାଯାଇଛି।

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଟ୍ରାଜେଡି। ଦୁର୍ଘଟଣା ପରେ ବାହାନଗା ବଜାର ଷ୍ଟେସନ ସିଲ୍। ସିବିଆଇର ତନାଘନା ଜାରି ରହିଛି । ଏତେ ବଡ଼ ଦୁର୍ଘଟଣାକୁ ନେଇ ସିବିଆଇର ୧୦ ଜଣିଆ ଟିମ୍ ଛାନଭିନ କରୁଛନ୍ତି। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଦାୟିତ୍ୱରେ ଥିବା ୯ ଜଣ ଅଫିସର ଓ କର୍ମଚାରୀ ସିବି ଆଇ ସ୍କାନରରେ ତଦନ୍ତ କରୁଛନ୍ତି।

ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଓ ଗେଟ୍ ମ୍ୟାନକୁ ସିବିଆଇ ପଚରା ଉଚୁରା କରୁଛି । ଅଧିକ ତଦନ୍ତ ପାଇଁ ବାହାନଗା ବଜାର ଷ୍ଟେସନ ସିଲ୍ ସହ ସାଇଣ୍ଟିଫିକ୍ ଟିମ୍ ଦ୍ଵାରା ବହୁ ନମୁନା ଜବତ ହୋଇଛି। ସିବିଆଇ , ସି ଆର୍ଏସ ଟିମ୍ ର ତଦନ୍ତ ଜାରି ରହିଛି। ରିଲେ ରୁମ୍ କୁ ମଧ୍ୟ ତଦନ୍ତର ପରିସରକୁ ଆଣିଛି ସିବି ଆଇ । ସେଥିପାଇଁ ରିଲେ ରୁମ୍ ମଧ୍ୟ ସିଲ୍ । ସିବିଆଇ ପକ୍ଷରୁ ନ ଅନୁମତି ମିଳିଲା ପର୍ଯ୍ୟନ୍ତ ଷ୍ଟେସନରେ କୌଣସି ଟ୍ରେନ ରହିବ ନାହିଁ ବୋଲି କୁହାଯାଇଛି।

ସେପଟେ ଆଜି ଦୁର୍ଘଟଣାକୁ ପୁରିଲା ୧୦ ଦିନ। ୧୦ ଦିନରେ ଦିବଂଗତ ଆତ୍ମାର ସଦଗତି ପ୍ରାପ୍ତି ପାଇଁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଦଶାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ଏପରିକି ଅନେକ ମୃତକଙ୍କ ମରଶରୀରକୁ ପରିବାର ଲୋକେ ଗ୍ରହଣ କରିଥିବା ବେଳେ ଅନେକ ମୃତଶରୀର ଏବେବି ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ହୋଇ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.