ବିଜେପିରେ ଯୋଗ ଦେବେ କି ? ମୋଦିଙ୍କୁ କାହିଁକି ଭେଟିଲେ ବୈଜୟନ୍ତ, ଖାଲି ଜନ୍ମ ଦିନ ଶୁଭେଚ୍ଛା ନା ଆଉ କିଛି ?

କଡ ଲେଉଟାଉଛି ରାଜ୍ଯ ରାଜନୀତି । ବିଜେପିରେ ଯୋଗ ଦେବେ କି ବୈଜୟନ୍ତ । ବିଜେଡିରୁ ବହିଷ୍କାର ହେବା ପରେ ଏନେଇ ଖୁବ୍ ଚର୍ଚ୍ଚା ହେଉଥିଲା । ତେବେ ଥମି ଯାଇଥିବା ଚର୍ଚ୍ଚାର ନିଆଁରେ ଘିଅ ଢାଳିଛି ବୈଜୟନ୍ତଙ୍କ ଏକ ଟୁଇଟ୍ । ଆଜି ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଶୁଭେଛା ଜଣାଇଛନ୍ତି ବୈଜୟନ୍ତ । ଆଉ ବୈଜୟନ୍ତ ନିକଟରେ ଅଛନ୍ତି ପତ୍ନୀ ଜଗି ମଙ୍ଗତ୍ ପଣ୍ଡା । ହେଲେ ମୋଦିଙ୍କ ସହ ବୈଜୟନ୍ତଙ୍କ ଏହି ସାକ୍ଷାତ କେବଳ ସୌଜନ୍ଯମୂଳକ ନା ଆଉ କିଛି । ଯାହାକୁ ନେଇ ଉଷୁମ ହୋଇଛି ରାଜ୍ଯ ରାଜନୀତି । କୁହାଯାଉଛି କୁଆଡେ ବୈଜୟନ୍ତ ବିଜେପିରେ ଯୋଗ ଦେବା ପାଇଁ ନିଜ ବାଟ ସଫା କରୁଛନ୍ତି ।

tweet

ସେହିପରି ଦଳରୁ ବହିଷ୍କାର ହେବା ପରେ ବିଜେପି ନେତାଙ୍କ ଗହଣରେ ଦେଖିବାକୁ ମିଳିଥିଲା ବିଜେଡିର ଏହି ପୂର୍ବତନ ସାଂସଦଙ୍କୁ । ମନ୍ତ୍ରୀ ତଥା ପୂର୍ବତନ ସାଂସଦ ସମୀର ଦେ’ଙ୍କୁ ଭେଟିଥିଲେ ବୈଜୟନ୍ତ । ସମୀରଙ୍କ କଟକ ସିଡିଏ ସ୍ଥିତ ବାସଭବନରେ ବୈଜୟନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ସମୀର । ତାକୁ ନେଇ ମଧ୍ୟ ଜୋର ଧରିଥିଲା ଆଲୋଚନା । ତେବେ ସମୀରଙ୍କ ଘରେ ଏହି ସମ୍ବର୍ଦ୍ଧନା ଉତ୍ସବ ଓ ଉଭୟଙ୍କ ମଧ୍ୟରେ ଗୁପ୍ତ ଆଲୋଚନାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଥିଲା କଳ୍ପନା ଜଳ୍ପନା । ଏବେ ମୋଦିଙ୍କୁ ଭେଟିବା ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.