Below header

ଟିଟିପିଏସ୍‌ ଷ୍ଟେଜ୍‌-୩ ପ୍ରକଳ୍ପ, ଶକ୍ତିମନ୍ତ୍ରୀଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ବର : ଏନଟିପିସିର ତାଳଚେର ଥର୍ମାଲା ପାୱାର ଷ୍ଟେଜ-୩ ପ୍ରକଳ୍ପକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚିଠି ଯୁଦ୍ଧ ଜାରି ରହିଛି। ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ହାଇ ଲିବେଲ କମିଟିର ଅନମତି ମିଳିନଥିବାରୁ ଏଭଳି ସ୍ଥିତି ଜାରି ରହିଛି। ସେପଟେ ପ୍ରକଳ୍ପ ଶିଳାନ୍ୟାସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ ତାରିଖରେ ଆସୁଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ବଢିଛି। ତେବେ ରାଜ୍ୟ ସରକାରଙ୍କ ଯୁକ୍ତିକୁ ବିରୋଧୀ ଦଳ ନେତା ସମର୍ଥନ କରିଛନ୍ତି ।

୨୨ ତାରିଖରେ ଏନଟିପିସି ତାଳଚେର ଥର୍ମାଲ ପାଓ୍ଵାର୍‌ ଷ୍ଟେସନର ଷ୍ଟେଜ-୩ ପ୍ରକଳ୍ପର ଶିଳାନ୍ୟାସ କରିବେ କି ନାହିଁ ପ୍ରଧାନମନ୍ତ୍ରୀ ? ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚିଠି ଯୁଦ୍ଧ ଜାରି ରହିଛି । ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଅନମତି ମିଳିନଥିବାରୁ ଏଭଳି ସ୍ଥିତି । କାହିଁକି ଝୁଲି ରହିଛି ରାଜ୍ୟ ସରକାର ନିଜ ଯୁକ୍ତି ବି ରଖିଛନ୍ତି ।

ପ୍ରକଳ୍ପ ଶିଳାନ୍ୟାସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୨ ତାରିଖରେ ଆସୁଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ବଢିଛି। ତେବେ ରାଜ୍ୟ ସରକାରଙ୍କ ଯୁକ୍ତିକୁ ବିରୋଧୀ ଦଳ ନେତା ସମର୍ଥନ କରିଛନ୍ତି ।

pp

୨୨ ତାରିଖରେ ତାଳଚେର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଫସିଆଇ ସାର କାରଖାନାର ପୁନଃରୁଦ୍ଧାର ଶିଳାନ୍ୟାସ କରିବେ । ଏତିକିବିଳେ ଏନଟିପିସିର ତାଳଚେର ଥର୍ମାଲ ପାଓ୍ଵାର ଷ୍ଟେସନର ଷ୍ଟେଜ-୩ ପ୍ରକଳ୍ପର ଶିଳାନ୍ୟାସ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ସରକାର । ଏହି ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ମିଳିସାରିଥିବା ବେଳେ ୯ ହଜାର ୭୮୫ କୋଟି ଖର୍ଚ୍ଚ କରିସାରିଛି ଏନଟିପିସି । ହେଲେ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ହାଇ ଲେଭେଲ୍‌ କମିଟିର ଅନୁମତି ମିଳିନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଅନୁମତି ଦେଲେ ତାଳଚେର ଗସ୍ତ ସମୟରେ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଗତ ୧୪ ତାରିଖରେ ଚିଠି ଲେଖି ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଆର୍‌. କେ. ସିଂହ । ପୂର୍ବରୁ ଗତ ୧୧ତାରିଖରେ ପ୍ରକଳ୍ପକୁ ଅନୁମତି ଦେବା ସହ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

rk-singh

ରାଜ୍ୟ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍‌. କେ. ସିଂହଙ୍କୁ ରାଜ୍ୟ ସରକାରଙ୍କ ପକ୍ଷ ରଖିଥିଲେ । ସେ ଜଣାଇଥିଲେ ଯେ, ଜୁଲାଇ ୨୮ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ୟୁନିଟ ପିଛା ୨ଟଙ୍କା ୭୦ ପଇସାରେ ଏନ୍‌ଟିପିସି ବିଦ୍ୟୁତ ଯୋଗାଇବାକୁ ଆଲୋଚନା ହୋଇଥିଲା । କିନ୍ତୁ ୟୁନିଟ ପିଛା ୩ଟଙ୍କା ୪୦ ପଇସାରେ ଦେବାକୁ ସୂଚନା ଦେଇଛି ଏନଟିପିସି । ସେହିପିରି ଏନଟିପିସିର ଦୁଇଟି ପାୱାର ପ୍ଲାଣ୍ଟ ତାଳଚେର ଓ କଣିହାଁରେ ଥିବା ବେଳେ ଓଡ଼ିଶା ସରକାରଙ୍କୁ ବିହାରର ବରହ-୧ ଓ ବରହ-୨ ପ୍ଲାଣ୍ଟରୁ ୟୁନିଟ ପିଛା ୫ ଟଙ୍କାରେ ବିଦ୍ୟୁତ କିଣା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି । ଫଳରେ ଓଡିଶା ସରକାରଙ୍କୁ ବର୍ଷକୁ ୫ଶହ କୋଟି ଟଙ୍କା ୨୫ ବର୍ଷ ପର୍ଯ୍ୟନ୍ତ ଦେବାକୁ ପଡିବ । ଏହାଦ୍ୱାରା ଓଡିଶାବାସୀଙ୍କ ଉପରେ ୧୨ ହଜାର କୋଟି ଟଙ୍କାର ବୋଝ ପଡିବ । ତେଣୁ ଏନିଟିପିସିର କଣିହା ଓ ତାଳଚେରରୁ ଓଡ଼ିଶାକୁ ବିଦ୍ୟୁତ ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ କରିଥିଲେ ରାଜ୍ୟ ଶକ୍ତି ମନ୍ତ୍ରୀ । ରାଜ୍ୟ ସରକାରଙ୍କ ଯୁକ୍ତିକୁ ବିରୋଧୀ ଦଳ ନେତା ମଧ୍ୟ ସମର୍ଥନ କରିଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.